ନୂଆଦିଲ୍ଲୀ: ୟମନରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ପାଇଁ ଗତକାଲି ଆଶ୍ୱସ୍ତିକର ଖବର ଆସିଥିଲା । କୁହାଯାଉଥିଲା ଫାଶୀ ଦଣ୍ଡ ଘୁଞ୍ଚି ଯାଇଛି । ଏବେ ମୃତକ ତଲାଲ ଆବଦୋଙ୍କ ପରିବାର ସ୍ପଷ୍ଟ କରିଛନ୍ତି ଯେ, ସେମାନେ ବ୍ଲଡ ମନି ସ୍ୱୀକାର କରିବେ ନାହିଁ ।
ତଲାଲ ଆବଦୋ ମେହଦିଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ନିମିଷା ପ୍ରିୟାଙ୍କ ଉତ୍ପୀଡନ କରିଥିଲା ଏବଂ ପାସପୋର୍ଟ ନେଇ ଯାଇଥିଲା । ପାସପୋର୍ଟ ହାସଲ କରିବା ପାଇଁ ହିଁ ନିମିଷା ତାଙ୍କୁ ଡ୍ରଗ୍ସ ଦେଇଥିଲା । ଆଉ ଏହାର ଓଭରଡୋଜ କାରଣରୁ ତଲାଲର ମୃତ୍ୟୁ ଘଟିଥିଲା । ଘଟଣାରେ ନିମିଷା ପ୍ରିୟାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ତାଙ୍କୁ ଆଜି ଅର୍ଥାତ ଜୁଲାଇ ୧୬ରେ ଫାଶିି ଦିଆଯିବାର ଥିଲା । ମାତ୍ର କେରଳର ଗ୍ରାଣ୍ଡ ମୁଫତି ତଥା ଧର୍ମଗୁରୁ ଅବୁ ବକର ମୁସଲିୟାରଙ୍କ ହସ୍ତକ୍ଷେପରେ ଆଜି ଫାଶି ଦଣ୍ଡ ଘୁଞ୍ଚି ଥିଲା ।
କୁହାଯାଇଛି ଯେ, ନିମିଷା ପ୍ରିୟାଙ୍କ ଓକିଲ ଓ ପରିଜନଙ୍କୁ ମସୟ ଦିଆଯିବ ଯେ, ସେମାନେ ତଲାଲଙ୍କ ପରିବାରକୁ ବ୍ଲଡ ମନି ପାଇଁ ରାଜି କରାନ୍ତୁ । କିନ୍ତୁ ଏମିତି ହେବା ମୁସ୍କିଲ ଲାଗୁଛି । ତଲାଲଙ୍କ ଭାଇ ଅବଦେଲଫତେହଙ୍କ କହିବା କଥା ସେମାନେ ବ୍ଲଡ ମନି ସ୍ୱୀକାର କରି ପାରିବେ ନାହିଁ । ତାଙ୍କ ପରିବାର ଡିଲର ସବୁ ଅଫର ପ୍ରତ୍ୟାଖ୍ୟାନ କରିଛନ୍ତି । ଆମେ ଚାହୁଁଛୁ ଭାଇର ହତ୍ୟାକାରୀକୁ ମୁତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଉ ।
କ୍ଷମାର ପ୍ରଶ୍ନ ଉପରେ ଅବଦେଲଫତେହ କହିଛନ୍ତି ଏହା ବହୁତ ଗମ୍ଭୀର ଅପରାଧ ଏବଂ ଆମେ କ୍ଷମା କରି ପାରିବୁ ନାହିଁ । ଆମେ ଏହି ମାମଲାରେ ଦିୟତ ଅର୍ଥାତ ବ୍ଲଡ ମନି ସ୍ୱୀକାର କରିବୁ ନାହିଁ ।