ପାକିସ୍ତାନରେ ପୁଣି ଆତଙ୍କୀ ହାମଲା ,୯ ପୋଲିସ୍‌ କର୍ମୀଙ୍କ ମୃତ୍ୟୁ
Khabar Odisha:Suicide-bomber-kills-nine-police-officers-in-Pakistan
ଖବର ଓଡିଶା : 06/03/2023:

ପାକିସ୍ତାନରେ ପୁଣି ଏକ ଆତଙ୍କବାଦୀଙ୍କ ହାମଲା। ଏହି ସାଙ୍ଘାତିକ ଆତଙ୍କୀ ଆକ୍ରମଣରେ ୯ ପୋଲିସ୍‌ କର୍ମୀଙ୍କ ମୃତ୍ୟୁ ଘଟିଥିବା ସୂଚନା। ପାକିସ୍ତାନର ବେଲୁଚିସ୍ତାନର ବୋଲାନ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିବା ସୂଚନା। ପାକ୍‌ ଗଣମାଧ୍ୟମ ସୂଚନା ଅନୁସାରେ ଏହା ଏକ ଆତ୍ମଘାତି ଆକ୍ରମଣ ଥିଲା। କିନ୍ତୁ ତଦନ୍ତ ପରେ ଏହାର ସତ୍ୟାସତ୍ୟ ସାମ୍ନାକୁ ଆସିବ ।

ସୂଚନା ଅନୁଯାୟୀ , ପାକିସ୍ତାନୀ ଯବାନମାନେ ଡ୍ୟୁଟିରୁ ଫେରୁଥିବା ବେଳେ ହିଁ ବିସ୍ଫୋରଣ ଘଟିଥିଲା।  ତେବେ ବିସ୍ଫୋରଣ ଏତେ ଯୋରରେ ହୋଇଥିଲା ଯେ ଯବାନମାନଙ୍କୁ ନେଇ ଯାଉଥିବା ଗାଡି  ଓଲଟି ପଡିଥିଲା। ଏହି ଆକ୍ରମଣରେ ୧୫ ପୋଲିସ୍‌ ଗୁରୁତର ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଘଟିଛି । ପୂର୍ବରୁ ଗତ ଫେବୃଆରୀ ମାସରେ ରେ ମଧ୍ୟ ପାକିସ୍ତାନର ପେଶଓ୍ୱାରରେ ଆତ୍ମଘାତି ଆକ୍ରମଣ ହୋଇଥିଲା।  

Subscribe

National International State Sports Entertainment