ନୂଆଦିଲ୍ଲୀ: ପାକିସ୍ତାନର ଦ୍ରୁତ ବୋଲର ହାସନ ଅଲୀ ଜମ୍ମୁ କଶ୍ମୀରର ରିୟାସୀ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମନର ଭାବନାକୁ ଲେଖିଛନ୍ତି। ହାସନ ଅଲି ଏହି ପୋଷ୍ଟରେ ଭାରତର ପ୍ରସଂଶା କରିଛନ୍ତି। ଏଥି ସହିତ ସେ ଇନ୍ଷ୍ଟାଗ୍ରାମରେ ଷ୍ଟୋରି ସେୟାର କରିଛନ୍ତି।
ହାସନ ଅଲି ଇନ୍ଷ୍ଟାଗ୍ରାମର ଏକ ଷ୍ଟୋରିରେ ଲେଖିଛନ୍ତି, ବୈଷ୍ଣୋଦେବୀ ଆକ୍ରମଣ ଉପରେ ସମସ୍ତଙ୍କର ନଜର ରହିଛି। ହାସନ ଅଲୀଙ୍କ ଏହି ପୋଷ୍ଟ ଟ୍ରେଣ୍ଡ କରୁଛି। କାରଣ ଲୋକେ ରାଫା ଉପରେ ଇସ୍ରାଏଲର ଆକ୍ରମଣକୁ ବିରୋଧ କରିଛନ୍ତି। ହାସନ ଅଲୀଙ୍କ ପତ୍ନୀ ସାମିୟା ମଧ୍ୟ ନିଜର ଇନ୍ଷ୍ଟାଗ୍ରାମ ପେଜ୍ରେ ବୈଷ୍ଣୋଦେବୀ ଆକ୍ରମଣ ଉପରେ ଉଲ୍ଲେଖ କରିଛନ୍ତି। ସେହିପରି ସେ କହିଛନ୍ତି ମଣିପୁରକୁ ବଞ୍ଚାନ୍ତୁ।
ଆତଙ୍କବାଦୀ ପ୍ରସଙ୍ଗରେ ହାସନ ଅଲୀ କହିଛନ୍ତି, ଏହା ଏକ ଗୁରୁତର ପ୍ରସଙ୍ଗ। ଯେକୌଣସି ଧର୍ମ ବା ଜାତି ପାଇଁ ହେଉ, ଆତଙ୍କବାଦୀ ଆକ୍ରମଣ ଘଟଣା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ମୁଁ ଯେଉଁଠି ଓ ଯେଉଁଭଳି ପରିସ୍ଥିତିରେ ବି ଥାଏ, ଶାନ୍ତିର ସମର୍ଥନ ପାଇଁ ଉଦ୍ୟମ କରିବି। ମୁଁ ସବୁବେଳେ ଗାଜାରେ ଇସ୍ରାଏଲର ଆକ୍ରମଣକୁ ବିରୋଧ କରିଆସିଛି।