ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ଡିସେମ୍ବର, ୨୦୨୩ରେ ୟୁଏଇର ଦୁବାଇଠାରେ "ଜଳବାୟୁ ପାଣ୍ଠି ଯୋଗାଣ ରୂପାନ୍ତର" ଉପରେ କପ୍-୨୮ ଅଧ୍ଯକ୍ଷତା ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି I ବିକାଶଶୀଳ ଦେଶମାନଙ୍କ ପାଇଁ ଜଳବାୟୁ ପାଣ୍ଠି ଯୋଗାଣକୁ ଅଧିକ ଉପଲବ୍ଧ, ଗ୍ରହଣୀୟ ଏବଂ ସୁଲଭ କରିବା ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ବାରୋପ କରାଯାଇଥିଲା I
ଏହି ଅଧିବେଶନ ଅବସରରେ ନେତାମାନେ "ଏକ ନୂତନ ବିଶ୍ବ ଜଳବାୟୁ ପାଣ୍ଠି ଯୋଗାଣ ଢାଞ୍ଚା ଉପରେ ୟୁଏଇ ଘୋଷଣାନାମା" ଗ୍ରହଣ କରିଥିଲେ। ଏହି ଘୋଷଣାନାମାରେ ଅନ୍ୟାନ୍ୟ ବିଷୟ ସହିତ ଜଳବାୟୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ପୂରଣ କରିବା ଓ ମହତ୍ବାକାଂକ୍ଷୀ ପରିଣାମ ହାସଲ କରିବା ତଥା ରିହାତିଯୋଗ୍ୟ ପାଣ୍ଠି ଯୋଗାଣର ଉତ୍ସକୁ ବଢ଼ାଇବା ଆଦି ବିଷୟକୁ ସାମିଲ କରାଯାଇଛି ।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଗ୍ଲୋବାଲ ସାଉଥକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଏବଂ ବିକାଶଶୀଳ ଦେଶମାନଙ୍କୁ ସେମାନଙ୍କର ଜଳବାୟୁ ନବାୟୁ ଅଭିଳାଷ ହାସଲ ସଲ କରିବା ଓ ସେମାନଙ୍କର ପାଇଁ କାର୍ଯ୍ୟକାରୀ କରିବାର ଉପାୟ, ଏନଡିସିଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ପାଣ୍ଠି ଉପଲବ୍ଧ କରାଇବାର ତ୍ବରିତ ଆବଶ୍ୟକତା ଦୋହରାଇଥିଲେ ।
କ୍ଷତି ଓ କ୍ଷୟକ୍ଷତି ପାଣ୍ଠି କାର୍ଯ୍ୟକ୍ଷମ କରିବା ଏବଂ କପ୍-୨୮ରେ ୟୁଏଇ ଜଳବାୟୁ ନିବେଶ ପାଣ୍ଠି ପ୍ରତିଷ୍ଠାକୁ ପ୍ରଧାନମନ୍ତ୍ରୀ ସ୍ବାଗତ କରିଥିଲେ ।
ଜଳବାୟୁ ପାଣ୍ଠି ଯୋଗାଣ ସମ୍ୱନ୍ଧୀୟ ନିମ୍ନ ମାଧାନ କରିବା ପାଇଁ ପ୍ରଧ ପ୍ରଧାନମନ୍ତ୍ରୀ 181 କପ୍-୨୮କୁ ଆହ୍ଵାନ ଦେଇଥିଲେ: ନିମ୍ନଲିଖିତ ପ୍ରସଙ୍ଗଗୁଡ଼ିକୁ ସମାଧନ କରିବାପାଇଁ
ପ୍ରଧାନମନ୍ତ୍ରୀ କପ୍-୨୮କୁ ଆହ୍ୱାନ ଦେଇଥିଲେ :
• ଜଳବାୟୁ ପାଣ୍ଠି ଯୋଗାଣ ଉପରେ ପରିମାଣ ଆଧାରିତ ଲକ୍ଷ୍ୟ
• ସବୁଜ ଜଳବାୟୁ ପାଣ୍ଠି ଏବଂ ଅନୁକୂଳନ ପାଣ୍ଠିର ପୁନରୁଦ୍ଧାର
• ଜଳବାୟୁ କାର୍ଯ୍ୟ ପାଇଁ ଏମଡିବି ଦ୍ବାରା ସୁଲଭ ଅର୍ଥ ଉପଲବ୍ଧ ହେବ
• ବିକଶିତ ଦେଶଗୁଡ଼ିକ ୨ 080 ପୂର୍ବରୁ ସେମାନଙ୍କର କାର୍ବନ ଫୁଟପ୍ରିଣ୍ଟକୁ ହଟାଇବା ଜରୁରୀ