ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଅଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ କିମ୍ ଜଙ୍ଗ୍ ଉନ୍। ସେ ନିଜ ଦେଶର ୩୦ ଜଣ ବରିଷ୍ଠ ଅଧିକାରୀଙ୍କୁ ଫାଶୀଦଣ୍ଡ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି।
ମିଡିଆ ରିପୋର୍ଟ ଅନୁସାରେ ଚାଷୀମାନଙ୍କ ଦୋଷ ଏତେ ଥିଲା ଯେ ସେମାନେ ଦେଶକୁ ଭୟଙ୍କର ବନ୍ୟାରୁ ରକ୍ଷା କରିପାରିନଥିଲେ, ଯାହା ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍ ଜଙ୍ଗ୍ଙ୍କୁ ଉତ୍ତେଜିତ କରିଥିଲା। ଏହି ବନ୍ୟାରେ ଚାଗାଙ୍ଗ ପ୍ରଦେଶର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିଲଶ। ୪,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଯେଉଁମାନେ ଏହି ବିପର୍ଯ୍ୟୟ ମୁକାବିଲା ପାଇଁ ଦାୟୀ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ରିପୋର୍ଟ ଅନୁଯାୟୀ, କିମ୍ ଜଙ୍ଗ ଏହି ବିପର୍ଯ୍ୟୟରେ ନିଜ ଦାୟିତ୍ବ ଠିକ୍ ଭାବେ ନିର୍ବାହ କରିପାରୁନଥିବା ସମସ୍ତ ଲୋକଙ୍କୁ ଦଣ୍ଡଦେବାକୁ କହିଛନ୍ତି। ଗତ ମାସରେ ମଧ୍ୟ ଦଳର ୨୦ରୁ ୩୦ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ଚାଗୋଙ୍ଗ ପ୍ରଦେଶର ବହିଷ୍କୃତ ଦଳୀୟ ସମ୍ପାଦକ କାଙ୍ଗ ବଙ୍ଗ ହୁନ୍ଙ୍କୁ ମଧ୍ୟ ଗିରଫ କରାଯାଇଛି।
ଅଧିକ ପଢ଼ନ୍ତୁ: ଭାରତକୁ ଯୁଦ୍ଧ ବିମାନ ପଠାଇଲା ଅଷ୍ଟ୍ରେଲିଆ