ନୂଆଦିଲ୍ଲୀ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏକ ଇଣ୍ଟରଭ୍ୟୁରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ କରିଛନ୍ତି । ତାଙ୍କର ଟିପ୍ପଣୀକୁ ନେଇ ଅନ୍ତର୍ଜାତୀୟ କୂଟନୀତିରେ ଚହଳ ପଡିଛି । ଆସିଫ ଆମେରିକା ଓ ତୁର୍କୀକୁ ଅପିଲ୍ କରି କହିଛନ୍ତି ଯେ, ନେତନ୍ୟାହୁଙ୍କୁ ଅପହରଣ କରାଯାଉ ଏବଂ ଗାଜାରେ ଇସ୍ରାଏଲର ସୈନ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କ ବିରୋଧରେ ମୋକଦ୍ଦମା ଚଲାଯାଉ ।
ଜିଓ ନ୍ୟୁଜରେ ପାକିସ୍ତାନୀ ସାମ୍ବାଦିକ ହାମିଦ ମୀରଙ୍କ ସହ ଆଲୋଚନା କରି ଖ୍ୱାଜା ଆସିଫ କହିଛନ୍ତି, ନେତନ୍ୟାହ ମାନବ ଇତିହାସର ସବୁଠୁ ବଡ ଅପରାଧୀ । ସେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ(ଆଇସିସି) ଦ୍ୱାରା ଜାରି ଗିରଫଦାରୀ ୱାରେଣ୍ଟ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ନେତନ୍ୟାହୁ ସବୁଠୁ ୱାରେଣ୍ଟ ଅପରାଧୀ । ଆମେରିକାକୁ ନେତନ୍ୟାହୁଙ୍କୁ କିଡନ୍ୟାପ କରିବା ଉଚିତ୍ । ଯଦି ବାସ୍ତବରେ ଆମେରିକା ମାନବତାର ମିତ୍ର ତେବେ ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ଅପହରଣ କରିବ ।
ଆସିଫ ନିକଟରେ ଆମେରିକା ଦ୍ୱାରା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଗିରଫଦାରୀଙ୍କ ଉଦାହରଣ ଦେଇ ଆମେରିକାକୁ ନେତନ୍ୟାହୁଙ୍କ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ କରିବା ଉଚିତ୍ । ଇଣ୍ଟରଭ୍ୟୁରେ ଖ୍ୱାଜା ଆମେରିକା ଆଡକୁ ଇସାରା କରି ମଧ୍ୟ କହିଛନ୍ତି. ଇସ୍ରାଏଲକୁ କିଛି ଦେଶ ସମର୍ଥନ କରୁଛନ୍ତି । ଯଦ୍ୱାରା ଗାଜାରେ ନରସଂହାର ଚାଲିଛି । ଉକ୍ତ ଦେଶ ସର୍ବଦା ଦୋମୁହାଁ ନୀତି ଆପଣେଉଛନ୍ତି । ଏହା ମାନବତା ପାଇଁ ବଡ ବିପଦ ବୋଲି ପାକ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।
Also read: କଣ ମାଦୁରୋଙ୍କ ପରି ପୁଟିନଙ୍କୁ ମଧ୍ୟ ଧରିବାକୁ ଆଦେଶ ଦେବେ ଟ୍ରମ୍ପ ? ପ୍ରଶ୍ନ ଉପରେ ଜବାବ ଦେଲେ ୟୁଏସ ରାଷ୍ଟ୍ରପତି