କରୋନା ନିୟନ୍ତ୍ରଣ ଲାଗି ଶନିବାର ଠାରୁ ଫ୍ରାନ୍ସରେ ୪ ସପ୍ତାହ ଯାଏଁ ଲାଗିବ କର୍ଫ୍ୟୁ
Khabar Odisha:International-corona-virus-France-announces-curfew-amid-second-wave-of-covid-19-cases

ପ୍ୟାରିସ, ଅକ୍ଟୋବର ୧୫ (ଖବର ଓଡ଼ିଶା): ଫ୍ରାନ୍ସରେ କରୋନା ଭାଇସର ସଂକ୍ରମଣ ନିୟନ୍ତ୍ରଣ ହରାଇଛି । ଦେଶରେ କରୋନା ପଜିଟିଭ ଓ କୋଭିଡ-୧୯ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଥିବାରୁ ରାଷ୍ଟ୍ରପତି ଇମାନୁଏଲ ମାର୍କନ ଘୋଷଣା କରିଛନ୍ତି ଯେ, ଆସନ୍ତା ଶନିବାର ଠାରୁ ୪ ସପ୍ତାହ ପାଇଁ କର୍ଫ୍ୟୁ ଲାଗିବ । ପ୍ୟାରିସ, ଲିଲି, ଲିୟନ, ମାର୍ସେଲି ଓ ଟୌଲସରେ ଏହି କର୍ଫ୍ୟୁ ଲାଗିବ । ଆସନ୍ତା ଶନିବାର ଦିନ ଠାରୁ ଏହା ୪ ସପ୍ତାହ ପାଇଁ ଲାଗୁ ହେବ । 

ସୂଚନାଯୋଗ୍ୟ, ଫ୍ରାନ୍ସ ସରକାର କରୋନା ପାଇଁ ଅନେକ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି । କିନ୍ତୁ ଏସବୁ ସତ୍ତ୍ୱେ ଦେଶରେ  ୭ ଲକ୍ଷ ୭୯ ହଜାର ୬୩ ଲୋକ ସଂକ୍ରମିତ ହୋଇସାରିଛନ୍ତି । ସେହିଭଳି ଦେଶରେ ୩୩ ହଜାର ୩୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ ଫ୍ରାନ୍ସରେ କରୋନାରୁ ୧ ଲକ୍ଷ ୩ ହଜାର ୪୧୩ ଜଣ ସୁସ୍ଥ ହୋଇଥିବା ବେଳେ ୬ ଲକ୍ଷ ୪୨ ହଜାର ୬୧୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏବେ ୧ ହଜାର ୬୭୩ ଜଣ ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ରହିଛି । 

 

  • Tags:

Subscribe

National International State Sports Entertainment