ୟେର ଲାପିଡ ଇସ୍ରାଏଲ୍‌ର ନୂଆ ପ୍ରଧାନମନ୍ତ୍ରୀ, କିପରି ରଖିବେ ଭାରତ ସହ ସଂପର୍କ?
Khabar Odisha:International-Yair-Lapid-new-PM-of-Israel-know-what-is-his-stance-on-India

ନୂଆଦିଲ୍ଲୀ, ଜୁଲାଇ ୦୨ (ଖବର ଓଡ଼ିଶା): ନେଫ୍‌ତାଲୀ ବେନେଟଙ୍କ ପରେ ଇସ୍ରାଏଲର ୧୪ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି ୟେର ଲାପିଡ । ଆସନ୍ତା ନଭେମ୍ବର ମାସରେ ସାଧାରଣ ନିର୍ବାଚନ ପୂର୍ବରୁ ବେନେଟଙ୍କ ମେଣ୍ଟ ସରକାରରେ ବିଦେଶ ମନ୍ତ୍ରୀ ଭାବେ କାମ କରିଥିବା ଲାପିଡଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରାଯାଇଛି । ସରକାରକୁ ନେଇ ଆରମ୍ଭରୁ କୁହାଯାଉଥିଲା ଯେ, ଏହା ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିବ ନାହିଁ । 

ଏବେ ନେଫତାଲି ବେନେଟଙ୍କ ସ୍ଥାନରେ ଲାପିଡଙ୍କୁ କିଛି ମାସ ପାଇଁ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରାଯାଇଛି । ବେନେଟଙ୍କ ସହିତ ମେଣ୍ଟ ସରକାରର ପତ୍ତନ ନେଇ ଘୋଷଣା କରି କହିଛନ୍ତି ଯେ, ଆମେ ଆଗାମୀ କିଛି ମାସ ମଧ୍ୟରେ ନିର୍ବାଚନ ଲଢ଼ିବାକୁ ଯାଉଛୁ । 

୧୯୬୩ ମସିହାରେ ଇସ୍ରାଏଲର ତେଲ ଅଭିଭରେ ଲାପିଡ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମା’ ଜଣେ ଲେଖିକା ଓ ପିତା ଥିଲେ ସାମ୍ବାଦିକ । ଲାପିଡ ଇସ୍ରାଏଲର ସେନାରେ ଯେତେବେଳେ ସେବା ଦେଇଥିଲେ, ସେହି ସମୟରେ ଏକ ପତ୍ରିକା ପାଇଁ ରିପୋଟିଂ କରୁଥିଲେ । ସେ ବିଶ୍ୱବିଦ୍ୟାଳୟର ମାଟି ମାଡି ନଥିଲେ ବି ତାଙ୍କର ବିଚକ୍ଷଣ ବୁଦ୍ଧି ଅଛି । 

ଲାପିଡ ବିଦେଶ ମନ୍ତ୍ରୀ ଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଏସ ଜୟଶଙ୍କରଙ୍କୁ ମଧ୍ୟ ଦ୍ୱପାକ୍ଷୀକ ବୁଝାମଣା ନେଇ ଭେଟିଛନ୍ତି । ସେ ଭାରତ ଓ ଇସ୍ରାଏଲର ଭଲ ସଂପର୍କକୁ ନେଇ ଉତ୍ସାହିତ ଥାଆନ୍ତି । ୨୦୨୧ ଜୁନରେ ସେ ଯେତେବେଳେ ବେନେଟଙ୍କ ସହିତ କ୍ଷମତାକୁ ଆସିଥିଲେ, କହିଥିଲେ ଯେ, ନୂଆ ସରକାର ଭାରତ ସହି ରଣନୈତିକ ସଂପର୍କକୁ ମଜବୁତ କରିବ । ଏହା ପରେ ୨୦୨୧ ଅକ୍ଟୋବରରେ ଜୟଶଙ୍କର ଯେତେବେଳେ ଇସ୍ରାଏଲ ଗସ୍ତ କରିଥିଲେ, ଲାପିଡ ଭାରତକୁ ବନ୍ଧୁ ରାଷ୍ଟ୍ର ବୋଲି ସମ୍ବୋଧିତ କରିଥିଲେ । ଉଭୟ ଦେଶ ମଧ୍ୟରେ ଥିବା ୩୦ ବର୍ଷକୁ ନେଇ ଲାପିଡ ଶୁଭେଚ୍ଛା ଜଣାଇଥିଲେ । 

 

  • Tags:

Subscribe

National International State Sports Entertainment