ପୋଷାକ ଖୋଲି ଭିଡିଓ ପ୍ରସ୍ତୁତ କଲେ, ଇମ୍ରାନ ଖାନଙ୍କ ପାର୍ଟି ଉପରେ ଅଭିଯୋଗ ଆଣିଲେ ସାମ୍ବାଦିକ
Khabar Odisha:International-Pakistani-journalist-accused-PTI-members-for-kidnapping-and-torturing-in-party-office

ଇସଲାମାବାଦ, ଫେବୃଆରୀ ୨୪ (ଖବର ଓଡ଼ିଶା): ପାକିସ୍ତାନରେ ନିଜ ବିରୋଧରେ ଖବର ପ୍ରକାଶ ହେବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟିର ଲୋକେ ଜଣେ ସାମ୍ବାଦିକଙ୍କୁ ଅପହରଣ କରି ନେଇଥିଲେ । ସାମ୍ବାଦିକଙ୍କୁ ସେମାନେ ଦଳୀୟ କାର୍ଯ୍ୟାଳୟକୁ ନେଇଯାଇ ବହୁ ହଇରାଣ କରିଥିଲେ । କିନ୍ତୁ ସେଠାରୁ ପିଟିଆଇର ସଦସ୍ୟଙ୍କ ଠାରୁ କୌଶଳ କ୍ରମେ ଖସିଆସି ସାମ୍ବାଦିକ ଜଣକ ଏକ ପ୍ରେସ ବାର୍ତ୍ତା ଜରିଆରେ ଇମ୍ରାନ ଖାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ପୂରା ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି । ପୀଡ଼ିତ ସାମ୍ବାଦିକଙ୍କ ନାମ ସୈଫୁଲ୍ଲା ଜାନ ଏବଂ ସେ ଚରସଡଡା ପ୍ରେସ କ୍ଲବର ଗଭର୍ଣ୍ଣିଂ ବଡ଼ରି ସଦସ୍ୟ ଅଟନ୍ତି । 

ସୈଫୁଲ୍ଲା ଖାନ କହିଛନ୍ତି ଯେ, ତାଙ୍କୁ ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ)ର ନେତାମାନେ ଯେଉଁଥିରେ କି ଅବଦୁଲ୍ଲା, ତାଙ୍କର ଭାଇ ଫହୀମ, ଜକାତ କମିଟର ଅଧ୍ୟକ୍ଷ ଇଫିତଖାର ଓ ଅନ୍ୟ ଅସ୍ତ୍ରଶସ୍ତ୍ରଧାରୀ ଦୁର୍ବୃତ୍ତମାନେ ଥିଲେ, ଅପହରଣ କରି ନେଇଥିଲେ । ଚରସଡଡାସ୍ଥିତ ପିଟିଆଇ କାର୍ଯ୍ୟାଳୟରେ ସେମାନେ ସାମ୍ବାଦିକଙ୍କୁ ବହୁତ ହଇରାଣ କରିଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୈଫୁଲ୍ଲା ଖଶନଙ୍କ ପୋଷାକ ଖୋଲିଦେଇ ଭିଡିଓ ପ୍ରସ୍ତୁତ କରିଥିଲେ । ସ୍ଥାନୀୟ ଲୋକେ ଚାପ ପ୍ରୟୋଗ କରିବାରୁ ତାଙ୍କୁ ପରେ ଛାଡ଼ି ଦିଆଯାଇଥିଲା । 

 

  • Tags:

Subscribe

National International State Sports Entertainment