ବିଶ୍ୱବ୍ୟାପୀ ଫେସ୍‌ବୁକ ଓ ଇନ୍‌ଷ୍ଟାଗ୍ରାମ ଡାଉନ୍‌, ଟୁଇଟରରେ ଅଭିଯୋଗ ଆଣିଲେ ୟୁଜର୍ସ
Khabar Odisha:International-Facebook-whatsapp-and-instagram-down-worldwide-users-complaint-on-twitter

ନୂଆଦିଲ୍ଲୀ, ଜୁନ ୧୦ (ଖବର ଓଡ଼ିଶା): ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସ୍‌ବୁକ୍‌, ହ୍ୱାଟସ୍‌ଆପ୍ ଓ ଇନଷ୍ଟାଗ୍ରାମ୍ ବର୍ତ୍ତମାନ ସମୟରେ ଲୋକଙ୍କର ଅତିପ୍ରିୟ ଜିନିଷ ପାଲଟିଛି । ଏଭଳି ସମୟରେ ନେଟୱାକ ହେଉ ଅଥବା ଅନ୍ୟ କୌଣସି କାରଣରୁ ଏହି ପ୍ଲାଟଫର୍ମ ଡାଉନ୍ ହୋଇଯାଏ ୟୁଜର୍ସ ବିରକ୍ତି ପ୍ରକାଶ କରିବା ସାଧାରଣ କଥା । କାରଣ ସାମାଜିକ ଗଣମାଧ୍ୟମ ବିନା ୟୁଜର୍ସଙ୍କୁ ଚଳିବା ଅସମ୍ଭବ ହୋଇପଡୁଛି । 

କରୋନା ମହାମାରୀ ବେଳେ ସମୟ ବିତାଇବା ପାଇଁ ଏହା ଆଉ ଏକ ମୁଖ୍ୟ ଜିନିଷ ପାଲଟିଛି । ଆଜି ମଧ୍ୟ ବିଶ୍ୱବ୍ୟାପୀ କିଛି ସମୟ ଏଭଳି ହୋଇଛି ଏବଂ ଫେସ୍‌ବୁକ୍‌, ହ୍ୱାଟସ୍‌ଆପ୍ ଓ ଇନ୍‌ଷ୍ଟାଗ୍ରାମ ସାଇଟ ଡାଉନ୍ ରହିଥିଲା । ସାଇଟ୍ ଡାଉନ୍ ହୋଇଯିବା ପରେ ଗ୍ରାହକମାନେ ବିରକ୍ତି ପ୍ରକାଶ କରି ଟୁଇଟରରେ ଟିପ୍ପଣୀ ଦେଇଛନ୍ତି । ମାତ୍ର ରିପୋର୍ଟ ଲେଖାଯିବା ବେଳକୁ ଉପରେ ଲିଖିତ ପ୍ଲାଟଫର୍ମ ଗୁଡ଼ିକ ଠିକ୍ ଭାବରେ କାମ କରୁଛି । 

ଡେଲିମେଲ୍ ରିପୋର୍ଟ ଅନୁସାରେ ଆମେରିକା, ମୋରକ୍କୋ, ମେସ୍କିକୋ ଓ ବ୍ରାଜିଲ ସମେତ ବିଶ୍ୱବ୍ୟାପୀ ହଜାର ହଜାର ଲୋକ ଫୋସ୍‌ବୁକ ଏବଂ ଏହାରି ସହଯୋଗୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ହ୍ୱାଟସ୍‌ଅପ୍ ଓ ଇନ୍‌ଷ୍ଟାଗ୍ରାମ ଡାଉନ ହୋଇଥିଲା । ଏହି ସମୟରେ ଲୋକେ ବାର୍ତ୍ତା ପଠାଇବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଭାରତରେ ମଧ୍ୟ ଏହି ଅସୁବିଧା ଦେଖାଯାଇଥିଲା । 

 

  • Tags:

Subscribe

National International State Sports Entertainment