କରୋନା: ବିଶ୍ୱରେ ୩ କୋଟି ୨୭ ଲକ୍ଷ ଆକ୍ରାନ୍ତ, ସୁସ୍ଥ ହେଲେ ୨ କୋଟି ୪୧ ଲକ୍ଷ ଜଣ
Khabar Odisha:International-Corona-virus-death-toll-reaches-992-lakh-327-crore-people-detected-in-world-wide

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୬ (ଖବର ଓଡ଼ିଶା): କୋଭିଡ-୧୯ ଯୋଗୁଁ ବିଶ୍ୱରେ ଶନିବାର ସକାଳ ସାଢ଼େ ୬ଟା ସୁଦ୍ଧା ୩ କୋଟି ୨୭ ଲକ୍ଷ ୪୪ ହଜାର ୪୨୯ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୯ ଲକ୍ଷ ୯୨ ହଜାର ୮୯୭ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୪୧ ଲକ୍ଷ ୬୭ ହଜାର ୪୧୪ ଜଣ ସୁସ୍ଥ ହୋଇଥିବା ବେଳେ ୭୫ ଲକ୍ଷ ୮୪ ହଜାର ୧୧୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୩ ହଜାର ୭୨୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାବାସୀ କରୋନା ଯୋଗୁଁ ଅଧିକ କ୍ଷତି ସହିବାକୁ ପଡ଼ିଛି । ଏଠାରେ ୭୨ ଲକ୍ଷ ୩୬ ହଜାର ୩୮୧ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୮ ହଜାର ୩୬୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୪୪ ଲକ୍ଷ ୮୦ ହଜାର ୬୮୫ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୪୭ ହଜାର ୩୨୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୧୪୪ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୫୮ ଲକ୍ଷ ୧୮ ହଜାର ୫୭୦ ସଂକ୍ରମିତ, ୯୨ ହଜାର ୨୯୦ ମୃତ 

ବ୍ରାଜିଲ: ୪୬ ଲକ୍ଷ ୯୨ ହଜାର ୫୭୯ ସଂକ୍ରମିତ, ୧ ଲକ୍ଷ ୪୦ ହଜାର ୭୦୯ ମୃତ

ଋଷିଆ: ୧୧ ଲକ୍ଷ ୩୬ ହଜାର ୪୮ ସଂକ୍ରମିତ, ୨୦ ହଜାର ୫୬ ମୃତ

କଲୋମ୍ବିଆ: ୭ ଲକ୍ଷ ୯୮ ହଜାର ୩୧୭ ସଂକ୍ରମିତ, ୨୫ ହଜାର ୧୦୩ ମୃତ 

ପେରୁ: ୭ ଲକ୍ଷ ୯୪ ହଜାର ୫୮୪ ସଂକ୍ରମିତ, ୩୨ ହଜାର ୩୭ ମୃତ

ମେକ୍ସିକୋ: ୭ ଲକ୍ଷ ୧୫ ହଜାର ୪୫୭ ସଂକ୍ରମିତ, ୭୫ ହଜାର ୪୩୯ ମୃତ

ସ୍ପେନ: ୭ ଲକ୍ଷ ୩୫ ହଜାର ୧୯୮ ସଂକ୍ରମିତ, ୩୧ ହଜାର ୨୩୨ ମୃତ 

ଆର୍ଜେଣ୍ଟିନା: ୬ ଲକ୍ଷ ୯୧ ହଜାର ୨୩୫ ସଂକ୍ରମିତ, ୧୫ ହଜାର ୨୦୮ ମୃତ

ଦକ୍ଷିଣ ଆଫ୍ରିକା: ୬ ଲକ୍ଷ ୬୮ ହଜାର ୫୨୯ ସଂକ୍ରମିତ, ୧୬ ହଜାର ୩୧୨ ମୃତ

ପାକିସ୍ତାନ: ୩ ଲକ୍ଷ ୯ ହଜାର ୧୫ ସଂକ୍ରମିତ, ୬ ହଜାର ୪୪୪ ମୃତ 

 

  • Tags:

Subscribe

National International State Sports Entertainment