କରୋନା ଭାଇରସ: ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ନିକଟତର, ୧୩.୯୩ ଲକ୍ଷ ମୃତ
Khabar Odisha:International-Corona-virus-death-toll-reaches-1393-lakh-589-crore-people-detected-in-world-wide

ନୂଆଦିଲ୍ଲୀ, ନଭେମ୍ବର ୨୩ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ବିଶ୍ୱର ଜତା ଅତିଷ୍ଠ ହୋଇସାରିଛନ୍ତି । ଏଯାଏଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ନିକଟତ ହୋଇଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ୧୪ ଲକ୍ଷ ପାଖେଇଛି ।  ଆମେରିକାରେ ପରିସ୍ଥିତି ଅଧିକ ଜଟିଳ ହୋଇଛି । ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା ୧ କୋଟିଏ ୨୫ ଲକ୍ଷ ୮୬  ହଜାର ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୬୨ ହଜାର ୬୯୪ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୭୪ ଲକ୍ଷ ୫୨ ହଜାର ୫୩୫ ଜଣ ସୁସ୍ଥ ହୋଇଥିବା ବେଳେ ୪୮ ଲକ୍ଷ ୭୧ ହଜାର ୨୮୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୩ ହଜାର ୧୧୩ ଜଣ ଗୁରୁତର ଅଛନ୍ତି ।

ବିଶ୍ୱରେ କରୋନା ଲାଗି ୫ କୋଟି ୮୯ ଲକ୍ଷ ୬୭ ହଜାର ୭୬୨ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୩ ଲକ୍ଷ ୯୩ ହଜାର ୧୯୩ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୪ କୋଟି ୭୫ ଲକ୍ଷ ୬ ହଜାର ୩୭୩ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୬୮ ଲକ୍ଷ ୧୮ ହଜାର ୧୯୬ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୩ ହଜାର ୬୪ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୯୦ ଲକ୍ଷ ୯୫ ହଜାର ୮୦୬ ସଂକ୍ରମିତ, ୧ ଲକ୍ଷ ୩୩ ହଜାର ୨୨୭ ମୃତ 

ବ୍ରାଜିଲ: ୬୦ ଲକ୍ଷ ୭୧ ହଜାର ୪୦୧ ସଂକ୍ରମିତ, ୧ ଲକ୍ଷ ୬୯ ହଜାର ୧୯୭ ମୃତ

ଫ୍ରାନ୍ସ: ୨୧ ଲକ୍ଷ ୪୦ ହଜାର ୨୦୮ ସଂକ୍ରମିତ, ୪୮ ହଜାର ୭୩୨ ମୃତ

ଋଷିଆ: ୨୦ ଲକ୍ଷ ୮୯ ହଜାର ୩୨୯ ସଂକ୍ରମିତ, ୩୬ ହଜାର ୧୭୯ ମୃତ

ସ୍ପେନ: ୧୫ ଲକ୍ଷ ୮୯ ହଜାର ୨୧୦ ସଂକ୍ରମିତ, ୪୨ ହଜାର ୬୧୯ ମୃତ 

ୟୁକେ: ୧୫ ଲକ୍ଷ ୧୨ ହଜାର ୪୫ ସଂକ୍ରମିତ, ୫୫ ହଜାର ୨୪ ମୃତ

ଇଟାଲି: ୧୪ ଲକ୍ଷ ୮ ହଜାର ୮୬୮ ସଂକ୍ରମିତ, ୪୯ ହଜାର ୮୨୩ ମୃତ 

ଆର୍ଜେଣ୍ଟିନା: ୧୩ ଲକ୍ଷ ୭୦ ହଜାର ୩୬୬ ସଂକ୍ରମିତ, ୩୭ ହଜାର ୨ ମୃତ

କଲମ୍ବିଆ: ୧୨ ଲକ୍ଷ ୪୮ ହଜାର ୪୧୭ ସଂକ୍ରମିତ, ୩୫ ହଜାର ୨୮୭ ମୃତ 

ମେକ୍ସିକୋ: ୧୦ ଲକ୍ଷ ୩୨ ହଜାର ୬୬୮ ସଂକ୍ରମିତ, ୧ ଲକ୍ଷ ୧ ହଜାର ୩୭୩ ମୃତ

 

  • Tags:

Subscribe

National International State Sports Entertainment