କରୋନା: ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ନିକଟତର, ମୃତକଙ୍କ ସଂଖ୍ୟା ୧୧.୧୪ ଲକ୍ଷ
Khabar Odisha:International-Corona-virus-death-toll-reaches-1114-lakh-399-crore-people-detected-in-world-wide

ନୂଆଦିଲ୍ଲୀ, ଅକ୍ଟୋବର ୧୮ (ଖବର ଓଡ଼ିଶା): ବିଶ୍ୱବ୍ୟାପୀ କୋଭିଡ-୧୯ରେ ସଂକ୍ରମିତ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ନିକଟତର ହୋଇଛି । ଅପରପକ୍ଷେ ୧୧ ଲକ୍ଷ ୧୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଛନ୍ତି । କରୋନା ଭାଇରସ ମହାମାରୀ ଯୋଗୁଁ ବିଶ୍ୱରେ ରବିବାର ସକାଳ ସାଢ଼େ ୬ଟା ସୁଦ୍ଧା ୩ କୋଟି ୯୯ ଲକ୍ଷ ୩୮ ହଜାର ୩୫୮ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୧ ଲକ୍ଷ ୧୪ ହଜାର ୧୮୮ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୯୮ ଲକ୍ଷ ୮୦ ହଜାର ୪୮୦ ଜଣ ସୁସ୍ଥ ହୋଇଥିବା ବେଳେ ୮୯ ଲକ୍ଷ ୪୩ ହଜାର ୬୯୦ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୭୧ ହଜାର ୯୩୪ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ ୮୩ ଲକ୍ଷ ୪୨ ହଜାର ୪୫୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୨୪ ହଜାର ୨୭୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୫୪ ଲକ୍ଷ ୩୨ ହଜାର ୧୯୨ ଜଣ ସୁସ୍ଥ ହୋଇଥିବା ବେଳେ ୨୬ ଲକ୍ଷ ୮୫ ହଜାର ୯୮୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୫ ହଜାର ୪୧୭ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୭୪ ଲକ୍ଷ ୩୨ ହଜାର ୬୮୦ ସଂକ୍ରମିତ, ୧ ଲକ୍ଷ ୧୨ ହଜାର ୯୯୮ ମୃତ 

ବ୍ରାଜିଲ: ୫୨ ଲକ୍ଷ ୨୪ ହଜାର ୩୬୨ ସଂକ୍ରମିତ, ୧ ଲକ୍ଷ ୫୩ ହଜାର ୬୯୦ ମୃତ

ଋଷିଆ: ୧୩ ଲକ୍ଷ ୮୪ ହଜାର ୨୩୫ ସଂକ୍ରମିତ, ୨୪ ହଜାର ୨ ଜଣ ମୃତ

ସ୍ପେନ: ୯ ଲକ୍ଷ ୮୨ ହଜାର ୭୨୩ ସଂକ୍ରମିତ, ୩୩ ହଜାର ୭୭୫ ମୃତ 

ଆର୍ଜେଣ୍ଟିନା: ୯ ଲକ୍ଷ ୭୯ ହଜାର ୧୧୯ ସଂକ୍ରମିତ, ୨୬ ହଜାର ୧୦୭ ମୃତ

କଲମ୍ବିଆ: ୯ ଲକ୍ଷ ୫୨ ହଜାର ୩୭୧ ସଂକ୍ରମିତ, ୨୮ ହଜାର ୮୦୩ ମୃତ 

ଫ୍ରାନ୍ସ: ୮ ଲକ୍ଷ ୬୭ ହଜାର ୧୯୭ ସଂକ୍ରମିତ, ୩୩ ହଜାର ୩୯୨ ମୃତ

ପେରୁ: ୮ ଲକ୍ଷ ୬୫ ହଜାର ୫୪୯ ସଂକ୍ରମିତ, ୩୩ ହଜାର ୭୦୨ ମୃତ

ମେକ୍ସିକୋ: ୮ ଲକ୍ଷ ୪୧ ହଜାର ୬୬୧ ସଂକ୍ରମିତ, ୮୫ ହଜାର ୭୦୪ ମୃତ

ପାକିସ୍ତାନ: ୩ ଲକ୍ଷ ୨୨ ହଜାର ୪୫୨ ସଂକ୍ରମିତ, ୬ ହଜାର ୬୩୮ ମୃତ 

 

  • Tags:

Subscribe

National International State Sports Entertainment