ନୂଆଦିଲ୍ଲୀ, ଜାନୁଆରୀ ୦୩ (ଖବର ଓଡ଼ିଶା): ବିଶ୍ବବ୍ୟାପୀ କରୋନା ଭାଇରସ ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ କୋଟି ଟପିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୮ ଲକ୍ଷ ୧୭ ହଜାର ୮୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦିନକରେ ୨୮୯୫ ଜଣଙ୍କର ମୃତ୍ୟୁ ହୋଇଛି।
ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ସ୍ପେନ ଓ ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୯ କୋଟି ୫ ଲକ୍ଷ ୮୩ ହଜାର ୭୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ୫୪ ଲକ୍ଷ ୬୦ ହଜାର ୧୬୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏବେ ବିଶ୍ବରେ ୨୫ କୋଟି ୪୫ ଲକ୍ଷ ୩ ହଜାର ୭୨୬ ଜଣ କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୩ କୋଟି ୬୧ ଲକ୍ଷ ୮୯ ହଜାର ୮୪୭ ହଜାର ୩୫୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୮୯ ହଜାର ୯୬୯ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୨ କୋଟି ୨୨ ଲକ୍ଷ ୯୩ ହଜାର ୨୨୮ ସଂକ୍ରମିତ, ୬ ଲକ୍ଷ ୧୯ ହଜାର ୧୭୧ ମୃତ
ବ୍ରିଟେନ: ୧ କୋଟି ୩୨ ଲକ୍ଷ ୩୫ ହଜାର ୪୦୧ ସଂକ୍ରମିତ, ୧ ଲକ୍ଷ ୪୮ ହଜାର ୮୫୧ ମୃତ
ରୁଷିଆ: ୧ କୋଟି ୫ ଲକ୍ଷ ୩୭ ହଜାର ୯୬୬ ସଂକ୍ରମିତ, ୩ ଲକ୍ଷ ୧୦ ହଜାର ୫୧୮ ମୃତ
ଫ୍ରାନ୍ସ: ୧ କୋଟି ୨ ଲକ୍ଷ ୫୦ ହଜାର ୩୫୮ ସଂକ୍ରମିତ, ୧ ଲକ୍ଷ ୨୩ ହଜାର ୯୪୨ ମୃତ
ତୁର୍କୀ: ୯୫ ଲକ୍ଷ ୫୨ ହଜାର ୮୦୧ ସଂକ୍ରମିତ, ୮୨ ହଜାର ୬୩୫ ମୃତ
ଜର୍ମାନୀ: ୭୨ ଲକ୍ଷ ୮ ହଜାର ୭୯୦ ସଂକ୍ରମିତ, ୧ ଲକ୍ଷ ୧୨ ହଜାର ୮୭୮ ମୃତ
ଇଟାଲି: ୬୩ ଲକ୍ଷ ୨୮ ହଜାର ୭୬ ସଂକ୍ରମିତ, ୧ ଲକ୍ଷ ୩୭ ହଜାର ୬୪୬ ମୃତ
ଇରାନ: ୬୧ ଲକ୍ଷ ୯୬ ହଜାର ୯୧୩ ସଂକ୍ରମିତ, ୧ ଲକ୍ଷ ୩୧ ହଜାର ୬୮୦ ମୃତ