ଯେଉଁ ଜୀବ ଉପରେ କରୋନା ଭାଇରସ ବ୍ୟାପିଥିବାର ସନ୍ଦେହ ହୋଇଥିଲା, ଏହାର ସରୁକ୍ଷା ବଢ଼ାଇଲା ଚୀନ
Khabar Odisha:Nation-China-has-increased-the-level-of-safety-of-this-organism-after-Covid-19-this-is-the-main-reason

ନୂଆଦିଲ୍ଲୀ, ଜୁନ ୦୭ (ଖବର ଓଡ଼ିଶା): ଚୀନରୁ କୋଭିଡ଼-୧୯ର ଉତ୍ପତ୍ତି ହୋଇଛି ଓ ଏହା ସରା ବିଶ୍ୱକୁ ବ୍ୟାପିଛି । ଏହି ଭଇରସ ମନୁଷ୍ୟ ଜୀବନ ଉପରେ ବହୁତ ପ୍ରଭାବ ପକାଇଛି । ସବୁ ଦେଶ ନିଜର ନାଗରିକମାନଙ୍କୁ ସୁରକ୍ଷା କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । ଏବେ ଚୀନ ନିଜର ଏକ ସ୍ତନ୍ୟପାୟୀ ଜୀବର ସୁରକ୍ଷାକୁ ନେଇ ବହୁତ ଚିନ୍ତିତ ଅଛି । ଚୀନ ସେହି ଜୀବର ସୁରକ୍ଷାର ସ୍ତର ବଢ଼ାଇ ଦେଇଛି । ଏହି ସ୍ତନ୍ୟପାୟୀ ଜୀବର ନାମ ହେଉଛି ବଜ୍ରକାପ୍ତା । ଏହାକୁ ପାଣ୍ଡା ପରି ଲୁପ୍ତପ୍ରାୟ ପ୍ରଜାତି ପରି ପ୍ରଥମ ଶ୍ରେଣୀ ସୁରକ୍ଷିତ ଜୀବ ଭାବରେ ରଖାଯାଇଛି । 

ଏମିତି କୁହାଯାଉଥିଲା ଯେ, କରୋନା ଭାଇରସ ବଜ୍ରକାପ୍ତା ଜରିଆରେ ବ୍ୟାପିଥାଇପାରେ । ବଜ୍ରକାପ୍ତାର ମାଂସକୁ ଚୀନରେ ଖାଇଥାନ୍ତି ଓ ପାରମ୍ପାରିକ ଚୀନ ଔଷଧରେ ଏହାର ବ୍ୟବହାର ହୋଇଥାଏ । ଯେଉଁ କାରଣରୁ ଏହାର ଅବୈଧ ଶିକାର ହୋଇଥାଏ ।

ଆରମ୍ଭରେ କୋଭିଡ଼-୧୯ ପାଇଁ ସାପ ଓ ବାଦୁଡ଼ି ଉପରେ ସନ୍ଦେହ କରାଯାଉଥିଲା । କିନ୍ତୁ ପରେ ଚୀନର ବୈଜ୍ଞାନିକମାନେ କହିଥିଲେ ଯେ, ବଜ୍ରକାପ୍ତା ମନୁଷ୍ୟ ଶରୀରରେ କରୋନା ଭାଇରସ ବ୍ୟାପିବାର ସ୍ରୋତ ହୋଇପାରେ । କୋଭିଡ଼-୧୯ ଯାହା ଏବେ ମହାମାରୀ ରୂପରେ ପରିଣତ ହୋଇସାରିଛି ଓ ଏଥିରେ ସାରା ବିଶ୍ୱରେ ସ୍ୱାସ୍ଥ୍ୟବସ୍ଥାରେ ସଂକଟ ଦେଖାଦେଇଛି, ଏଥିରେ ବଜ୍ରକାପ୍ତା ଗୋଟିଏ କାରଣ ହୋଇପାରେ । 

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଏହି ସପ୍ତାହ ଶେଷରେ ଚୀନ ବଜ୍ରକାପ୍ତାର ସମସ୍ତ ପ୍ରଜାତିକୁ ଦ୍ୱିତୀୟ ଶ୍ରୀଣୀରୁ ପ୍ରଥମ ଶ୍ରେଣୀ ସଂରକ୍ଷିତ ଜୀବ ଭାବରେ ଘୋଷଣା କରିଛି । ବିଶ୍ୱ ପଶୁ ସଂରକ୍ଷଣର ଜଣେ ବୈଜ୍ଞାନିକ ସନ କ୍ୱାନହୁଇ ‘ଗ୍ଲୋବାଲ ଟାଇମ୍ସ’କୁ କହିଛନ୍ତି, ବର୍ତ୍ତମାନ ବିଶ୍ୱର ସମସ୍ତ ଆଠଟି ରହିଥିବା ବଜ୍ରକାପ୍ତା ପ୍ରଜାତିକୁ ତାଙ୍କର ସଂବଧିତ ଦେଶ ଓ ଅଂଚଳରେ ଲୁପ୍ତପ୍ରାୟ ଭାବରେ ସୂଚିବଦ୍ଧ କରାଯାଇଛି ।

       

 

  • Tags:

Subscribe

National International State Sports Entertainment