ବେଜିଂ, ଜାନୁଆରୀ ୨୧ (ଖବର ଓଡ଼ିଶା): ଜୋ ବାଇଡେନ୍ ଶପଥ ନେବା ପରେ ଚୀନ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଚୀନ ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟପତି ଥିବା ସମୟରେ ଗୁରୁତ୍ୱପୂର୍ଣ୍ଣ ପଦରେ ଥିବା ୨୮ ଜଣ ଅଧିକାରୀଙ୍କ ଉପରେ କଟକଣା ଲାଗୁ କରିଛି । ଏହି ତାଲିକାରେ ଅଛନ୍ତି ମାଇକ ପୋମ୍ପିଓ, ଯିଏକି ଟ୍ରମ୍ପଙ୍କ ଅନ୍ୟତମ ବିଶ୍ୱସ୍ତ ଅଧିକାରୀ । ଏହା ବ୍ୟତୀତ ଟ୍ରମ୍ପଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଥିବା ରୋବର୍ଟ ସିଓ ବ୍ରାୟନଙ୍କ ଉପରେ ମଧ୍ୟ କଟକଣା ଲାଗୁ କରିଛନ୍ତି । ଚୀନ ଚୀନ-ଆମେରିକା ସଂପର୍କକୁ ଖରାପ କରିବା ଏବଂ ଚୀନର ଆଭ୍ୟନ୍ତରୀଣ ଉପରେ ହସ୍ତକ୍ଷେପ କରିବା ଅଭିଯୋଗ ଆଣି ଏମାନଙ୍କ ଉପରେ କଟକଣା ଲାଗୁ କରିଛି ।
ରାଷ୍ଟ୍ର ଉପରେ ହସ୍ତକ୍ଷେପ କରିବା ଅଭିଯୋଗ ଆଣି ଚୀନ ମାଇକ ପୋମ୍ପିଓ ଓ ଅନ୍ୟ ୨୭ ଜଣ ଅଧିକାରୀଙ୍କ ଉପରେ କଟକଣା ଘୋଷଣା କରିଛି । ଏହା ପରେ ଏହି ସମସ୍ତ ୨୮ ଅଧିକାରୀ ଏବେ ଚୀନର ସୀମା ଦେଇ ଯାତ୍ରା କରିପାରିବେ ନାହିଁ । ଚୀନ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ଏହି ଘୋଷଣା କରିଛି । ଚୀନ କହିଛି ଯେ, ଏହି ସମସ୍ତ ଲୋକ ଚୀନ-ଆମେରିକାର ସଂପର୍କ ଖରାପ ପାଇଁ ଦାୟୀ ।
ତାଲିକାରେ ମାଇକ ପୋମ୍ପିଓ, ରୋବର୍ଟ ସି ଓବ୍ରାୟନ, ପୀଟର ନେଭାରୋ, ଡେଭିଡ ଷ୍ଟିଲୱେଲ, ମ୍ୟାଥୁ ପାର୍ଟିଗର, ଆଲେକ୍ସ ଆଜହର, କୀଥ କ୍ରେଚ, କେଲି ଡି କେ କ୍ରାଫ୍ଟଙ୍କ ସହିତ ଜୋହାନ ଆର ବୋଲ୍ଟନ, ଷ୍ଟିଫେନ କେ ବେନନ ସାମିଲ ଅଛି । ଏହି ଘୋଷଣା ପରେ ଏସମସ୍ତ ଲୋକଙ୍କୁ ଏକକାଳୀନ ତାଙ୍କ ପରିବାରର ସଦସ୍ୟ ମଧ୍ୟ ଚୀନର ମୁଖ୍ୟ ଭୂମି ବ୍ୟତୀତ ହଂଗକଂଗ, ମକାଉରେ ମଧ୍ୟ କଟକଣା ଲାଗୁ କରାଯାଇଛି ।