ଦକ୍ଷିଣ ଶେଟଲ୍ୟାଣ୍ଡରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୦, ସୁନାମୀ ଚେତାବନୀ
Khabar Odisha:International-An-earthquake-of-magnitude-70-hits-South-Shetland-Islands-United-States-Geological-Survey

ନୂଆଦିଲ୍ଲୀ, ଜାନୁଆରୀ ୨୪ (ଖବର ଓଡ଼ିଶା): ଦକ୍ଷିଣ ଶେଟଲ୍ୟାଣ୍ଡରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି । ୟୁନାଇଟେଡ ଷ୍ଟେଟ ଜିଓଲୋଜିକାଲ ସର୍ଭେ ରିପୋର୍ଟ ଅନୁସାରେ ଭୂକମ୍ପର ତୀବ୍ରତା ୭.୦ ଥିଲା । ଏକ ବଡ଼ଧରଣର ଭୂକମ୍ପ ହୋଇଥିବାରୁ ସୁନାମୀ ନେଇ ସତର୍କ ସୂଚନା ଜାରି କରାଯାଇଛି । ସମୁଦ୍ରରୁ ଛୋଟ ଛୋଟ ଲହରୀ ଆସୁଥିଲେ ମଧ୍ୟ ବଡ଼ଧରଣର କ୍ଷତି ଅଥବା କେହି ଆହତ ହୋଇ ନଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । 

ସ୍ଥାନୀୟ (ଚିଲି)ର ସମୟ ଅନୁସାରେ ସକାଳ ୮ଟା ୩୭ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଦକ୍ଷିଣ ଏଲିଫେଣ୍ଟଠାରୁ ୫୫ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ  ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ କୁହାଯାଉଥିବା ଦୀପରେ କୌଣସି ଲୋକ ରହି ନଥାନ୍ତି । ଏଠାରେ ସମୁଦ୍ର ଉପରେ ଗବେଷଣା କରିବା ପାଇଁ କିଛି ସ୍ଥାନ ରହିଛି । ତେଣୁ କୌଣସି କ୍ଷୟକ୍ଷତି ହୋଇ ନଥାଇପାରେ ବୋଲି ଅନୁମାନ କରାଯାଉଛି ।  

 

  • Tags:

Subscribe

National International State Sports Entertainment