ଆବୁଜା: ନାଇଜେରିଆର କେନ୍ଦ୍ରୀୟ ବେନୁ ରାଜ୍ୟର ୟେଲେୱାଟା ଗାଁରେ ଏକ ଭୟଙ୍କର ଘଟଣା ଘଟିଛି। ବନ୍ଧୁକଧାରୀମାନେ ଏହି ଗାଁରେ ଅତି କମରେ ୧୦୦ ଜଣଙ୍କୁ ହତ୍ୟା କରିଛନ୍ତି। ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ନାଇଜେରିଆ ଶନିବାର ଏହି ସୂଚନା ଦେଇଛି।
ଆମ୍ନେଷ୍ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏହି ଘଟଣା ବିଷୟରେ ସୂଚନା ଦେଇ କହିଛି ଯେ ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି। ଡଜନ ଡଜନ ଆହତ ହୋଇଛନ୍ତି। ଅନେକ ପରିବାରକୁ ସେମାନଙ୍କ କୋଠରୀରେ ବନ୍ଦ କରି ଜୀବନ୍ତ ଜାଳି ଦିଆଯାଇଛି।
ନାଇଜେରିଆର ମଧ୍ୟଭାଗରେ ଅବସ୍ଥିତ ବେନୁ ରାଜ୍ୟର ଉତ୍ତର ଅଞ୍ଚଳ ଦକ୍ଷିଣରେ ମୁସଲିମ ବହୁଳ ଏବଂ ଖ୍ରୀଷ୍ଟିଆନ ବହୁଳ ଅଞ୍ଚଳରେ ବିଭକ୍ତ। ଜମି ବ୍ୟବହାରକୁ ନେଇ ଏହି ଅଞ୍ଚଳରେ ପଶୁପାଳକ ଏବଂ କୃଷକଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ସଂଘର୍ଷ ଚାଲିଛି।
ଅଧିକ ପଢ଼ନ୍ତୁ: କେଦାରନାଥ ଧାମ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ