ନୂଆଦିଲ୍ଲୀ: ଆଫଗାନିସ୍ତାନର ନାଗରିକମାନେ ଜର୍ମାନିରେ ପାକିସ୍ତାନର ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ କରିଛନ୍ତି। ଅନେକ ଆଫଗାନ ନାଗରିକ ଦୂତାବାସ ଭିତରକୁ ବଳପୂର୍ବକ ପ୍ରବେଶ କରିଛନ୍ତି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଭାଇରାଲ ହୋଇଛି। ଜର୍ମାନିର ଫ୍ରାଙ୍କଫର୍ଟରେ ବର୍ତ୍ତମାନ ପାକିସ୍ତାନୀ ବାଣିଜ୍ୟ ଦୂତାବାସର ସୁରକ୍ଷା ବଢ଼ାଇ ଦିଆଯାଇଛି। ଭିଡିଓରେ ଦେଖାଯାଉଛି ଯେ, ଆଫଗାନିମାନେ ଉପସ୍ଥିତ ସୁରକ୍ଷାକର୍ମୀମାନଙ୍କୁ ସହିତ ମୁହାଁମୁହିଁ ହୋଇଛନ୍ତି। ଏତିକି ବେଳେ ଉପରକୁ ଚଢ଼ି ପାକିସ୍ତାନୀ ପତାକା ଖସାଇ ଦେଇଛନ୍ତି। ମାତ୍ର ଜର୍ମାନି ପୁଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି। ଭିଡିସରେ ଦେଖାଯାଇ ପାରିବ ଯେ, ତାଲିବାନ ଶାସନ ଆସିବା ପୂର୍ବରୁ ଆଫଗାନିସ୍ତାନର ଝଣ୍ଡା ନେଇ ରଖିଥିଲେ। ଏବେ ଏହି ଘଟଣା ପରେ ଆଫଗାନିସ୍ତାନକୁ ସାମାଜିକ ଗଣମାଧ୍ୟମରେ ତୀବ୍ର ବିରୋଧ କରାଯାଉଛି।
ହଙ୍ଗାମାକୁ ଦୃଷ୍ଟିରେ ରଖି ପାକିସ୍ତାନ କରାଚୀରେ ଜର୍ମାନିର ବାଣିଜ୍ୟ ଦୂତାବାସର ସୁରକ୍ଷା ବଢ଼ାଇ ଦେଇଛି। ସୁରକ୍ଷା କାରଣରୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ମାତ୍ର ଏପର୍ଯ୍ୟନ୍ତ ଆକ୍ରମଣ ପଛରେ ପ୍ରକୃତ କାରଣ ଜଣାପଡ଼ି ନାହିଁ। କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି ଯେ, ପାକିସ୍ତାନ ତରପରୁ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ପୁଣି ଥରେ ଆଫଗାନିସ୍ତାନ ପଠାଇବା ନେଇ ଅସନ୍ତୁଷ୍ଟ ଦେଖାଯାଇଛନ୍ତି।