ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାୟ ୨୧ ଘଣ୍ଟା ଧରି ଶାନ୍ତି ଆଲୋଚନା ଚାଲିଥିଲା। କିନ୍ତୁ ଶେଷରେ କୌଣସି ନିଷ୍କର୍ସ ବାହାରି ପାରିଲାନି। ଆଲୋଚନାର ଲକ୍ଷ୍ୟ ଥିଲା ଦୁଇ ସପ୍ତାହର ଅସ୍ତ୍ରବିରତିକୁ ଆଗକୁ ବଢାଇବା ଏବଂ ଶାନ୍ତି ସ୍ଥାପନ କରିବା। ୧୯୭୯ ଇସଲାମିକ ବିପ୍ଳବ ପରେ ଦୁଇ ଦେଶ ମଧ୍ୟରେ ଏହା ସର୍ବବୃହତ ସିଧାସଳଖ ଆଲୋଚନା ଥିଲା ବୋଲି କୁହାଯାଉଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ମଧ୍ୟସ୍ଥତାର ଭୂମିକା ଗ୍ରହଣ କରିଥିଲା।
୧. ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ
ଆମେରିକା ଚାହୁଁଥିଲା ଯେ ଇରାନ ୟୁରାନିୟମ ସମୃଦ୍ଧିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରୁ ଏବଂ ପରମାଣୁ ଅସ୍ତ୍ର ବିକାଶ ନ କରୁ। ଇରାନ ଏହାକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଏହାର କାର୍ଯ୍ୟକ୍ରମ କେବଳ ଶାନ୍ତି ପାଇଁ ଉଦ୍ଦିଷ୍ଟ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଇରାନ ଆମେରିକାର ସର୍ତ୍ତଗୁଡ଼ିକୁ ସ୍ଵୀକାର କରିବାକୁ ପ୍ରସ୍ତୁତ ନୁହେଁ। ଅନ୍ୟପଟେ ଇରାନ ଆମେରିକାର ଦାବିକୁ ଅତିଶୋୟ ଏବଂ ଅନ୍ୟାୟ ବୋଲି କହିଛି।
୨. ଆଲୋଚନାରେ ତିକ୍ତତା
ଶାନ୍ତି ଆଲୋଚନା ସମୟରେ, ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଇରାନକୁ ଚେତାବନୀ ଦେଇଥିଲେ ଯେ ଯଦି ଏକ ଚୁକ୍ତି ନହୁଏ ତେବେ ଆକ୍ରମଣ ବୃଦ୍ଧି ପାଇବ। ଇରାନ ହୃଦବୋଧ କରି ପାରିଛି ଯେ ଆଲୋଚନା ଚାପ ପକାଇବା ପାଇଁ ଉଦ୍ଦିଷ୍ଟ, ଯାହା ଅବିଶ୍ଵାସ ମାହୋଲ ବଢାଇବ।
୩. ଆଲୋଚନା ନିଷ୍ଫଳ
ଶାନ୍ତି ଆଲୋଚନା ସମୟରେ, ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଇରାନକୁ ଚେତାବନୀ ଦେଇଥିଲେ ଯେ ଯଦି ଏକ ଚୁକ୍ତି ନହୁଏ ତେବେ ଆକ୍ରମଣ ବୃଦ୍ଧି ପାଇବ। ଏହା ଇରାନକୁ ବିଶ୍ୱାସ କରିବାକୁ ବାଧ୍ୟ କରିଥିଲା ଯେ ଆଲୋଚନା ଚାପ ପକାଇବା ପାଇଁ ଲକ୍ଷ୍ୟ ରଖାଯାଇଛି, ଯାହା ବିଶ୍ୱାସକୁ ଆହୁରି ନଷ୍ଟ କରିବ।
୪. ଲେବାନନରେ ଆକ୍ରମଣ ଜାରି ରହିଛି
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଲେବାନନରେ ହିଜବୋଲା ଉପରେ ଆକ୍ରମଣ ଜାରି ରଖିଛନ୍ତି। ଇରାନ ଚାହୁଁଥିଲା ଯେ ଏହି ଆକ୍ରମଣ ବନ୍ଦ ହେଉ, କିନ୍ତୁ ଆମେରିକା ଏବଂ ଇସ୍ରାଏଲ ଏହାକୁ ଏକ ଭିନ୍ନ ପ୍ରସଙ୍ଗ କହି ଖାରଜ କରିଦେଇଥିଲେ। ଏହା ଆଲୋଚନାକୁ ଆହୁରି ଜଟିଳ କରିଥିଲା।
୫. ହରମୁଜ୍ ପ୍ରଣାଳୀ ଉପରେ ବିବାଦ
ହରମୁଜ୍ ପ୍ରଣାଳୀ ସବୁଠାରୁ ବଡ଼ ବିବାଦର ବିଷୟ ପାଲଟିଛି। ଆମେରିକା ଚାହୁଁଥିଲା ଯେ ତେଲ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ଏହାକୁ ତୁରନ୍ତ ପୁନଃ ଖୋଲାଯାଉ। ଏହି ସମୟରେ ଇରାନ ପ୍ରଥମେ ପ୍ରତିବନ୍ଧକ ଏବଂ ସୁରକ୍ଷା ଗ୍ୟାରେଣ୍ଟି ଉଠାଇବାକୁ ଦାବି କରିଥିଲା। ତେଣୁ ଏହି ପ୍ରସଙ୍ଗ ଉପରେ କୌଣସି ଚୁକ୍ତି ହୋଇପାରିଲା ନ ଥିଲା। କାରଣ ଇରାନ ହରମୁଜ୍ ଉପରେ ନିଜର ନିୟନ୍ତ୍ରଣ ହରାଇବାକୁ ଚାହୁଁ ନାହିଁ।
୬. ଦୁଇ ଦେଶ ମଧ୍ୟରେ ଗଭୀର ଅବିଶ୍ଵାସ
ବର୍ଷ ବର୍ଷର ଶତ୍ରୁତା, ସାମ୍ପ୍ରତିକ ଆକ୍ରମଣ ଏବଂ ଭିନ୍ନ ଭିନ୍ନ ବୟାନବାଜି ବିଶ୍ଵାସକୁ ହ୍ରାସ କରିଛି। ଇରାନ ପ ଆମେରିକାର ପ୍ରତ୍ୟେକ ପ୍ରସ୍ତାବ ଉପରେ ସନ୍ଦେହ ପ୍ରକାଶ କରିଛି। ଆମେରିକା ବି ଇରାନର ଉଦ୍ଦେଶ୍ୟକୁ ଠିକ୍ ନୁହେଁ ବୋଲି ଅନୁଭବ କରିଛି। ଏହି କାରଣ ଯୋଗୁଁ ୨୧ ଘଣ୍ଟାର ଲମ୍ବା ଆଲୋଚନା ପରେ ମଧ୍ୟ କୌଣସି ଫଳାଫଳ ମିଳିଲା ନାହିଁ ଏବଂ ଶାନ୍ତି ପାଇଁ ଆଶା ପୁଣି ଥରେ ମଉଳି ଯାଇଛି।