ଜୋହନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଏକ ସୁନାଖଣିରେ ବେଆଇନ ଉତ୍ତୋଳନ ବେଳେ ୧୦୦ ଶ୍ରମିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଫସି ରହିଥିବା ଶ୍ରମିକମାନେ ଅନେକ ମାସ ଧରି ଭୋକ ଓ ତୃଷ୍ଣା ସହ ସଂଘର୍ଷ କରୁଥିଲେ। ଦକ୍ଷିଣ ଆଫ୍ରିକାର ଷ୍ଟିଲଫୋଣ୍ଟେନ୍ ସହର ନିକଟବର୍ତ୍ତୀ ବେଫେଫ୍ଲୋଣ୍ଟେନ୍ରେ ଥିବା ସୁନା ଖଣିରେ ପ୍ରାୟ ୧୦୦ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କୁ ବାହାରକୁ ନେବା ବେଳେ ସେମାନେ ଭୋକ ଓ ତୃଷ୍ଣାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଥିଲା। ଶ୍ରମିକମାନେ ମୋବାଇଲ୍ ଫୋନ୍ ଜରିଆରେ ପଠାଇଥିବା ଭିଡିଓରୁ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଛି, ଯେଉଁଥିରେ ମୃତଦେହଗୁଡ଼ିକ ପ୍ଲାଷ୍ଟିକ୍ରେ ଗୁଡ଼ାହୋଇଥିବା ଦେଖିବାକୁ ମିଳିଛି।
ମାଇନିଂ ଇମ୍ପ୍ରେଟେଡ୍ କମ୍ୟୁନିଟିଜ୍ ୟୁନାଇଟେଡ୍ ଇନ୍ ଆକ୍ସନ ଗ୍ରୁପ୍ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୨୬ ଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ୧୮ ଜଣଙ୍କ ମୃତଦେହ ଉଦ୍ଧାର କାର୍ଯ୍ୟରେ ବାହାରକୁ ଅଣାଯାଇଛି। ତେବେ ଖଣି ଟି ଏତେ ଗଭୀର ଯେ ସେଠାରେ ଏବେ ବି ପାଖାପାଖି ୫୦୦ ଶ୍ରମିକ ଫସି ରହିଛନ୍ତି। ଏହି ଖଣିର ଗଭୀରତା ୨.୫ କିଲୋମିଟର ବୋଲି କୁହାଯାଉଛି।
ଖଣିକୁ ସିଲ୍ କରିବାକୁ ପୁଲିସ ଉଦ୍ୟମ କରିବା ପରେ ଶ୍ରମିକ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଗିରଫ ଭୟରେ ଶ୍ରମିକମାନେ ବାହାରକୁ ଆସୁନାହାନ୍ତି ବୋଲି ପୁଲିସ କହିଥିବା ବେଳେ ସେମାନେ ବାହାରକୁ ନ ବାହାରିବା ପାଇଁ ପୁଲିସ ସେମାନଙ୍କ ଦଉଡ଼ି କାଟି ଦେଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।
ଶବ ବ୍ୟବଚ୍ଛେଦ ରିପୋର୍ଟରେ ପ୍ରଥମ ମୃତ୍ୟୁର କାରଣ ଅନାହାର ବୋଲି କୁହାଯାଇଛି। ଖଣିରେ ଖାଦ୍ୟ ଓ ପାଣି ଯୋଗାଣ ଅଭାବରୁ ସମସ୍ତ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶ୍ରମିକଙ୍କ ମୃତ୍ୟୁ ଖଣିର ନିରାପତ୍ତା ଓ ପରିଚାଳନା କୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦକ୍ଷିଣ ଆଫ୍ରିକାରେ ବେଆଇନ ଖଣି ଖନନ ଏକ ସାଧାରଣ ସମସ୍ୟା। ବଡ଼ବଡ଼ କମ୍ପାନିମାନେ ଖଣିଗୁଡ଼ିକୁ ଅକାମୀ କହି ଛାଡ଼ିଲେ ସ୍ଥାନୀୟ ଖଣି ମାଲିକମାନେ ସେଠାରେ ବଳକା ସୁନା ବାହାର କରିବାକୁ ଚେଷ୍ଟା କରନ୍ତି। ଏହି ବିପଜ୍ଜନକ ପରିସ୍ଥିତି ସେମାନଙ୍କ ଜୀବନ ପ୍ରତି ବିପଦ ପାଲଟିଯାଏ।
ଅଧିକ ପଢ଼ନ୍ତୁ: ମକର ସଂକ୍ରାନ୍ତିରେ ଅଖାଡାର ପ୍ରଥମ ଅମୃତ ସ୍ନାନ