ଫିଲିପାଇନ୍ସରେ ପ୍ରକୃତି ତାର କରାଳ ରୂପ ଦେଖାଇଛି । କେନ୍ଦ୍ରୀୟ ଭିଏତନାମରେ ସ୍ଥଳଭାଗ ଛୁଇଁଚି ଘୂର୍ଣ୍ଣଝଡ଼ ଟ୍ରାମି । ଏହା ପରେ ତାଣ୍ଡବ ରଚିଛି । ବର୍ଷା, ପବନ ସହ ଭୂସ୍ଖଳନ ମଧ୍ୟ ହୋଇଛି । ଏହି ଘୂର୍ଣ୍ଣଝଡ଼ ପ୍ରଭାବରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ସହିତ ୪୦ ଜଣ ନିଖୋଜ ଅଛନ୍ତି ।
ଶୁକ୍ରବାର ଉତ୍ତର-ପଶ୍ଚିମ ଦିଗରୁ ଟାଇଫୁନ୍ 'ଟ୍ରାମି' ଫିଲିପାଇନ୍ସରେ ମାଡ଼ ହୋଇଛି । ଯଦ୍ୱାରା ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ୧୩୦ରୁ ଉର୍ଦ୍ଧ୍ୱ ଲୋକଙ୍କର ପ୍ରାଣ ହାନି ହୋଇଥିବା ବେଳେ ୪୦ରୁ ଅଧିକ ନିଖୋଜ ଅଛନ୍ତି । ଘୂର୍ଣ୍ଣିଝଡ଼ ଯୋଗୁ ପ୍ରାୟ ୪୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲା ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ କହିଛନ୍ତି । ପ୍ରବଳ ବର୍ଷା ସହ ଅନେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି । ଏହା ସହ ବନ୍ୟା ସ୍ଥିତି ମଧ୍ୟ ଉତ୍ପନ୍ନ ହୋଇଛି ।
ଅନେକ ଲୋକ ପାଣି ଘେରରେ ରହିଛନ୍ତି । କିଛି ଲୋକ ଭୂସ୍ଖଳରେ ମାଟି ତଳେ ପୋତି ହୋଇ ରହିଥିଲା ଆଶଙ୍କା କରାଯାଉଛି । ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ସେହିପରି ପ୍ରାୟ ୫ ଲକ୍ଷ ଲୋକ ଘୂର୍ଣ୍ଣି ଝଡ଼ ପୂର୍ବରୁ ସ୍ଥାନ ଛାଡ଼ି ପଳାୟନ କରିଥିବା ଜଣାପଡ଼ିଛି ।