ଚିନ୍ତା ବଢାଇଲାଣି କରୋନା: ବଢୁଛନ୍ତି ଦୈନିକ ସଂକ୍ରମିତ
Khabar Odisha:covid-cases-rise-in-india
ଖବର ଓଡିଶା : 05/04/2023:

ଦେଶରେ  ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ ।  ଦୈନିକ ୪ ହଜାର ଟପିଲା ସଂକ୍ରମଣ । ୨୪ ଘଣ୍ଟାରେ ୪ ହଜାର ୪୩୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣ ସଂକ୍ରମିତଙ୍କ ପ୍ରାଣ ଯାଇଛି । ତେବେ ୬ ମାସ ମଧ୍ୟରେ ଗତକାଲି ଦେଶରେ ସର୍ବାଧିକ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ଟପିଯାଇଛି ସେହିପରି ୧୫ ମୃତକଙ୍କୁ ମିଶାଇ ଦେଶରେ ମୋଟ ୫ ଲକ୍ଷ ୩୦ ହଜାର ୯୧୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ଏବଂ କେରଳରେ କରୋନା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛତିଶଗଡ଼, ଦିଲ୍ଲୀ, ଗୁଜରାଟ, ହରିଆଣା, କର୍ଣ୍ଣାଟକ, ପୁଡୁଚେରୀ, ରାଜସ୍ଥାନରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ସଂକ୍ରମଣ ବଢୁଥିଲେ ବି ଲୋକେ ହସ୍ପିଟାଲରେ ଭର୍ତ୍ତି ହେଉନାହାନ୍ତି କି ଡାକ୍ତରଙ୍କ ପରାମର୍ଶ ନେଉନାହାନ୍ତି ବୋଲି ସୂଚନା ମିଳିଛି । ଦେଶରେ ଆବଶ୍ୟକତାଠୁ ଅଧିକ ଟିକା ମହଜୁଦ ରହିଛି ,ତେଣୁ ଲୋକଙ୍କୁ ଭୟଭୀତ ନହେବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ  ।  

Subscribe

National International State Sports Entertainment