ବର୍ତ୍ତମାନ ପରିସ୍ଥିତିରେ ଟୀକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ – ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା
Khabar Odisha:Vaccination-is-most-important-thing-in-current-situation---Bhubaneswar-AIIMS-director
ଭୁବନେଶ୍ୱର, ମାର୍ଚ୍ଚ ୨୮ (ଖବର ଓଡ଼ିଶା):

ବର୍ତ୍ତମାନ ବଢୁଥିବା ସଂକ୍ରମଣ କେତେ ବିପଦଜନକ ତାହା ଏବେ ନିର୍ଦ୍ଦିଷ୍ଟ ଭାବେ କହି ହେବନାହିଁ । କିନ୍ତୁ ଆମକୁ ସତର୍କ ରହିବାକୁ ପଡ଼ିବ । ଏହାସହ ଆମକୁ କୋଭିଡ କଟକଣା ମାନିବାକୁ ପଡ଼ିବ । ଯେଉଁମାନେ ଟୀକା ନେବା ପାଇଁ ଯୋଗ୍ୟ ସେମାନେ ଯଥାଶୀଘ୍ର ଟୀକା ନେଇଯିବା ଉଚିତ । ତାହା ହିଁ ବର୍ତ୍ତମାନ ସ୍ଥିତିରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ବି.ଗୀତାଂଜଳି କହିଛନ୍ତି । ଏହା ସହ ସରକାର ଜାରି କରିଥିବା ନିୟମାବଳୀ ମଧ୍ୟ ପାଳନ କରିବାକୁ ହେବ । କାରଣ ଏବେ ବି ଆମେ ବିପଦମୁକ୍ତ ହୋଇନାହାନ୍ତି । ତେଣୁ ଆମକୁ ଆହୁରି ଦାୟୀତ୍ୱବାନ ହେବାକୁ ପଡ଼ିବ । ବର୍ତ୍ତମାନ ଓଡିଶାରେ ଲକଡାଉନର ଆବଶ୍ୟକତା ନାହିଁ । ଏ ନେଇ ସରକାର ହିଁ ସଠିକ ନିଷ୍ପତି ନେଇପାରିବେ । ଅନ୍ୟ ରାଜ୍ୟରୁ ଆସୁଥିବା ପ୍ରବାସୀ ମାନଙ୍କୁ ରାଜ୍ୟ ସରକାର ସ୍କ୍ରିନିଂ କରୁଛନ୍ତି । ଯଦି ସେମାନଙ୍କ ଠାରେ କିଛି ଲକ୍ଷଣ ଦେଖାଯାଉଛି । ସରକାର ତ ଏ ସବୁ ଉପରେ ଗୁରୁତ୍ୱ ଦେଉଛନ୍ତି କିନ୍ତୁ ବର୍ତ୍ତମାନ ସ୍ଥିତିରେ ଲୋକମାନେ ଅନାବଶ୍ୟକ ଯାତ୍ରା କରିବା ଉଚିତ ନୁହେଁ । ରାଜ୍ୟରେ କେତେବେଳେ କରୋନା ପିକକୁ ଯିବ ସେ ନେଇ ବର୍ତ୍ତମାନ କିଛି କହିହେବ ନାହିଁ ବୋଲି ସେ କହିଛନ୍ତି ।

  • Tags:

Subscribe

National International State Sports Entertainment