ଖୁବଶୀଘ୍ର ଲୋକଙ୍କୁ ଦିଆଯିବ କରୋନା ଭ୍ୟାକସିନ- ପ୍ରେମଚନ୍ଦ୍ର ଚୌଧୁରୀ
Khabar Odisha:People-will-soon-be-given-the-corona-vaccine---Premchandra-Chowdhury
ଭୁବନେଶ୍ୱର, ଜାନୁଆରୀ ୧୨ (ଖବର ଓଡ଼ିଶା):

ଆଜି ଓଡିଶାକୁ ଆସୁଛି କରୋନା ଭ୍ୟାକସିନ୍ । ପ୍ରଥମ ପର୍ଯ୍ୟାୟରେ ଏହି କରୋନା ଭ୍ୟାକସିନ ନେବା ପାଇଁ ଭୁବନେଶ୍ୱରର ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମଚାରୀମାନଙ୍କ ଲିଷ୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ତେବେ ଆଜି ସଂଧ୍ୟା ପର୍ଯ୍ୟାନ୍ତ ଏଥିପାଇଁ ରେଜିଷ୍ଟ୍ରେସନ୍ ଓପନ୍ ଅଛି । ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଏବଂ ୧୮ ଟି ପ୍ରାଇଭେଟ୍ ହସ୍ପିଟାଲରେ ଭ୍ୟାକସିନେସନ୍ ସେଣ୍ଟର କରିବା ପାଇଁ ନିଷ୍ପତ୍ତି ହୋଇଛି ଏବଂ ଏଥିପାଇଁ ବିଏମସି ପୂରା ପ୍ରସ୍ତୁତ ଅଛି ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି । ଜାନୁଆରୀ ୧୬ ତାରିଖରେ ଭୁବନେଶ୍ୱରର ପାଂଚଟି ସ୍ଥାନରେ କୋଭିଡ୍ ୧୯ ଭ୍ୟାକସିନ୍ ଲଞ୍ଚ କରାଯିବ । କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍ ୪ ସରକାରୀ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ୍ ହସ୍ପିଟାଲ ଏବଂ କିମ୍ସ ହସ୍ପିଟାଲରେ ଏହା ଲଞ୍ଚ କରାଯିବ .

  • Tags:

Subscribe

National International State Sports Entertainment