ଆଜିକାଲି ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସମୟରେ ଏହି ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଅଧାରୁ ଅଧିକା ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରକ୍ତଚାପର ଗୁଡ଼ାଏ କାରଣ ରହିଥିଲା ବେଳେ ଅତ୍ୟଧିକ ଚାପ, କ୍ରୋଧ, ଚିନ୍ତା ଏହି ସବୁ କାରଣ ଅଧିକ ରହିଛି । ଆଜିକାଲି ଅଧିକାଂଶ ଲୋକେ ଉଚ୍ଚ ରକ୍ତଚାପର ସମ୍ମୁଖୀନ ହେଉଛନ୍ତି। ଉଚ୍ଚ ରକ୍ତଚାପ ବୃଦ୍ଧି ଯୋଗୁଁ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପ୍ରଭାବିତ ହୁଏ । ବ୍ରେନ୍, ହୃତପିଣ୍ଡ କିଡନୀ ଓ ଆଖିବିଶେଷ ପ୍ରଭାବିତହୋଇଥାଏ । ସମୟ ସମୟ ଉଚ୍ଚ ରକ୍ତଚାପ ଜୀବନ ନେଇଥାଏ । ହେଲେ ସବୁ ସମୟରେ ମଣିଷ ଜାଣିପାରେ ନାହିଁ ଯେ ସେ ଉଚ୍ଚ ରକ୍ତଚାପ ଶିକାର ହୋଇଛି । ବିନା ଚିକିତ୍ସାରେ ଏହା ଦୀର୍ଘଦିନ ଧରି ରହିବା ଯୋଗୁଁ ବ୍ରେନ୍ ଷ୍ଟୋକ୍, ହୃଦଘାତ କିଡନୀ ଫେଲ୍ୟୁୟର ଓ ରେଟିନା ଦୁର୍ବଳ ହୋଇଥାଏ । ଏହି ଅଙ୍ଗଗୁଡିକ କିପରି ପ୍ରଭାବିତ ହୁଏ ।
ଉଚ୍ଚ ରକ୍ତଚାପ ମୁଖ୍ୟ କାରଣ ହେଉଛି ଲୁଣ । ଆଡେଡ୍ ଲୁଣ ଅର୍ଥାତ୍ ଖାଦ୍ୟପ୍ରସ୍ତୁତ ପରେ ଅଧିକ ଲୁଣ ଛିଞ୍ଚି ଖାଇବା ଦ୍ଵାରା ହିଁ ରକ୍ତଚାପ ବୃଦ୍ଧି ହୋଇଥାଏ । ଏଣୁ ଯେତେ ସମ୍ଭବ ଲୁଣ କମ୍ ଖାଇବା ଦରକାର । ଜଣେ ଦିନକୁ ମାତ୍ର ୫ ଗ୍ରାମ୍ ଲୁଣ ଖାଇବା ଦରକାର । ଏହା ସହ ଜିନ୍, ପରିବେଶ, ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସମସ୍ୟା, ହରମୋନ୍ ଅସନ୍ତୁଳନ ଏବଂ ଶାରୀରିକ ନିଷ୍କ୍ରିୟତା ସହିତ ଅନେକ ଉଚ୍ଚ ରକ୍ତଚାପର କାରଣ ବନିଥାନ୍ତି । ଛାତି ଯନ୍ତ୍ରଣା, ମୁଣ୍ଡବିନ୍ଧା, ଛୋଟ ନିଶ୍ବାସ ଆଦି ରକ୍ତଚାପର ଲକ୍ଷଣ ହୋଇଥାଏ। ଆପଣ ଜାଣିଥିବେ ନିଶ୍ଚୟ ଯେ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଇଁ ଜୀବନ ଏକ ପାଣି ଫୋଟକା ପରି। ଏଥିପାଇଁ ଏମାନଙ୍କୁ ଅଧିକ ସଚେତନ ହେବାକୁ ପଡ଼ିଥାଏ। ଉଚ୍ଚ ରକ୍ତଚାପର ମୁକାବିଲା ପାଇଁ ସୁସ୍ଥ ଖାଦ୍ୟ ସହିତ ଏକ ସୁସ୍ଥ ଜୀବନଶୈଳୀର ଆବଶ୍ୟକତା ରହିଛି । ତେବେ ଏସବୁ ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ପ୍ରଥମେ ଆପଣଙ୍କୁ ଏକ ଉତ୍ତମ ଜୀବନଶୈଳୀର ଅଭ୍ୟାସ କରିବାକୁ ପଡେ। ତା’ଛଡା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଖାଦ୍ୟ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ପନିପରିବା, ଫଳ, ପ୍ରୋଟିନ୍ ଏବଂ ଶସ୍ୟ ଅନ୍ତର୍ଭୁକ୍ତ ଖାଦ୍ୟ ଖାଇଲେ ରକ୍ତଚାପକୁ ନିୟନ୍ତ୍ରଣରେ ରଖାଯାଇପାରେ ।
ଏପରି କିଛି ଖାଦ୍ୟ ରହିଛି, ଯାହାକୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ। ଉଚ୍ଚ ରକ୍ତଚାପରେ ପୀଡିତ ରୋଗୀ ଜାମୁକୋଳି, ପିସ୍ତା ବାଦାମ, କଦଳୀ, ବିଟ୍ସ, ଡାର୍କ ଚକୋଲେଟ୍, ତରଭୁଜ, ରସୁଣ ଏବଂ ଦହି ଖାଇବା ସହ ସ୍ୱଳ୍ପ ତେଲ ଓ ଲୁଣ ଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ସେହିପରି ପ୍ରତ୍ୟେକ ଦିନ ସବୁଜ ପନିପରିବା ଖାଦ୍ୟରେ ସାମିଲ କଲେ ରକ୍ତଚାପ ନିୟନ୍ତ୍ରଣରେ ରହେ । ଯଦି ଆପଣଙ୍କର ମଦ୍ୟପାନ, ଧୂମପାନ କିମ୍ବା ଅନ୍ୟ କୌଣସି ନିଶା ଅଭ୍ୟାସ ଅଛି ତେବେ ଆପଣଙ୍କୁ ଏହାକୁ ସଂପୂର୍ଣ୍ଣ ରୂପେ ଛାଡ଼ିବାକୁ ହେବ। ନିଶା ସେବନ ରକ୍ତଚାପର ଏକ ପ୍ରମୁଖ କାରଣ ହୋଇଥାଏ। ମାନସିକ ଚାପ ମଧ୍ୟ ରକ୍ତଚାପର କାରଣ ହୋଇଥାଏ । ଯେତେ ପାରୁଛନ୍ତି ଚିନ୍ତା କରିବା ତ୍ୟାଗ କରନ୍ତୁ। ଯେତେ ଅଧିକ ଚିନ୍ତା କରିବେ ସେତେ ଅଧିକ ଦୁର୍ବଳ ହୋଇପଡ଼ିବେ। ନିୟମିତ ବ୍ୟାୟାମ କରିବା ଦ୍ବାରା ମଧ୍ୟ ରକ୍ତଚାପକୁ ନିୟନ୍ତ୍ରଣରେ ରଖା ଯାଇପାରେ। ଆପଣ ସୁସ୍ଥ ରହିବାକୁ ଚାହୁଁଥିଲେ ବ୍ୟାୟାମକୁ ଆପଣଙ୍କ ନିତିଦିନିଆ କାର୍ଯ୍ୟ ତାଲିକାରେ ସାମିଲ୍ କରନ୍ତୁ। ଉଚ୍ଚ ରକ୍ତ ଚାପ ପୀଡିତ ବ୍ୟକ୍ତି ପ୍ରଚୁର ପାଣି ପିଇବା ସହ ଖୋଲା ପବନରେ ପ୍ରତିଦିନ ଭ୍ରମଣ କରିବା ଦ୍ୱାରା ମାନସିକ ଚିନ୍ତା କମିଥାଏ ।
ଅଧିକ ପଢନ୍ତୁ :ଭୁବନେଶ୍ୱର ସ୍ଥିତ ରାଜା ମଧୁସୂଦନ ଡିଗ୍ରୀ କଲେଜ ପ୍ରାଙ୍ଗଣରେ ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ 57ତମ ଯୋଗ ସମାବେଶ ପାଳନ