ଚରିତ୍ର ବଦଳେଇଲା ଡେଙ୍ଗୁ ମଶା । ଏବେ କେବଳ ଦିନ ନୁହେଁ ରାତିରେ କାମୁଡିଲେ ବି ହେଉଛି ଡେଙ୍ଗ ଜ୍ୱର । ଯାହା ରାଜଧାନୀ ସମେତ ରାଜ୍ୟ ବିଭିନ୍ନ ସ୍ଥାନରେ ଡେଙ୍ଗୁ ସଂକ୍ରମଣ ବ୍ୟାପିବାର କାରଣ ବୋଲି ଜଣାପଡିଛି । ପୂର୍ବରୁ ଏଡିସ୍ ମଶାର ଯେଉଁ ପ୍ରଜାତି ଡେଙ୍ଗୁ କରୁଥିଲା, ତାର ଅନ୍ୟ ଏକ ପ୍ରଜାତି ମଧ୍ୟ ଡେଙ୍ଗୁ ରୋଗ ସୃଷ୍ଟି କରିପାରୁଛି । ଯାହାକୁ ନେଇ ଏବେ ଚିନ୍ତା ଉଦବେଗ ଜନକ ରହିଛି । କିଭଳି ଏହା ସମ୍ଭବ ହେଲା ତାହା ଜାଣିବାକୁ ଗବେଷକମାନେ ଚେଷ୍ଟା ଚଳାଇଛନ୍ତି ।
ବର୍ତ୍ତମାନ ଓଡ଼ିଶାରେ ଏଡିସ୍ ମଶାର ୩ଟି ପ୍ରଜାତି ଏଜିପ୍ଟାଆଇ, ଆଲବୋପିକ୍ଟସ ଓ ଭିଟାଟସ୍ ଦେଖିବାକୁ ମିଳିଛି । ପୂର୍ବରୁ ସହରାଞ୍ଚଳରେ ଏଜିପ୍ଟାଆଇ ପ୍ରଜାତି ଅଧିକ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଆଲବୋପିକ୍ଟସ ପ୍ରାଧାନ୍ୟ ବିସ୍ତାର କରୁଛି । ଏହି ଦୁଇ ପ୍ରଜାତିର ମଶା କାମୁଡିବା ଯୋଗୁ ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଇଛି ।
ବିଶେଷଜ୍ଞଙ୍କ ମତରେ ଏଜିପ୍ଟାଆଇ ମଶା ସ୍ଥିର ପାଣି ସହ ଜମି ରହୁଥିବା ସ୍ୱଚ୍ଛ ପାଣିରେ ଏହା ବଂଶବିସ୍ତାର କରିଥାଏ । ହେଲେ ଆଲବୋପିକ୍ଟସ ପ୍ଲାଂଟ , ଗଛଲତାରେ ରହିଥାଏ । ଆରଏମଆସିରୁ ମିଳିଥିବା ସୂଚନା ମୁତାବକ, ଏବେ ୧୦ଟି ଏଡିସ୍ ମଶାରୁ ୮ରୁ ୯ ଟି ଆଲବୋପିକ୍ଟସ ପ୍ରଜାତି ବାହାରୁଛନ୍ତି । ଆଲବୋପିକ୍ଟସ ପ୍ରଜାତିର ଶରୀରରେ କ’ଣ ପରିବର୍ତନ ହୋଇଛି, ଯେଉଁଥିପାଇଁ ଡେଙ୍ଗୁ ହେଉଛି ତାହା ଉପରେ ଅନୁଧ୍ୟାନ ଜାରିରହିଛି । ତେବେ ଦିନକୁ ଦିନ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବଢ଼ୁଥିବାରୁ ସଚେତନ ରହିବାକୁ ନିର୍ଦ୍ଦେଶ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ ।
ଅଧିକ ପଢନ୍ତୁ ;- ୪୮ ଘଣ୍ଟାରେ ପ୍ରବଳ ବର୍ଷିବ