କପଡା ମାସ୍କ ପର୍ଯ୍ୟପ୍ତ ନୁହେଁ ବ୍ୟବହାର କରନ୍ତୁ N95 ବା KN95 ମାସ୍କ -ବିଶେଷଜ୍ଞ
Khabar Odisha:Covid-airborne-Use-N95-or-KN95-masks-keep-alternating-every-24-hours-says-Infectious-Diseases-expert

 ନୁଆଦିଲ୍ଲୀ,୧୮ଏପ୍ରିଲ(ଖବର ଓଡିଶା); ବାୟୁବାହୀ କରୋନା ଭାଇରସକୁ ଆପଣଙ୍କ କପଡା ମାସ୍କ ରୋକି ପାରିବ ନାହିଁ । ଏଥିପାଇଁ ଆପଣଙ୍କୁ   N95 ବା KN95  ମାସ୍କ ବ୍ୟବହାର କରିବାକୁ ପଡିବ । ଆମେରିକାର ପ୍ରଶିଦ୍ଧ ମେଡିକାଲ ଜର୍ଣ୍ଣାଲ ଲାନ୍ସେଟ ପକ୍ଷରୁ ପ୍ରକାସିତ ୬ଜଣ ବିଶେଷଜ୍ଞଙ୍କ ରିପୋର୍ଟରେ କୁହାଯାଇଥିଲା ଯେ କରୋନା ଭାଇରସ ଏବେ ବାୟୁବାହୀ । ଏହା ଲୋକ ମାନଙ୍କୁ ମୁକ୍ତ ବାୟୁରେ ବୁଲୁଥିବା ଜଳ କଣିକା ମାଧ୍ୟମରେ ମଧ୍ୟ ସଂକ୍ରମିତ କରିପାରେ ।

ତେବେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସାଧାରଣ ଲୋକମାନଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହା ସହିତ ଲଢିବା ଲାଗି ସଂକ୍ରମଣ ରୋଗ ବିଷେସଜ୍ଞ ମାନଙ୍କ ମତରେ ଲୋକ ମାନେ ପିନ୍ଧୁଥିବା ସାଧାରଣ କପଡା ମାସ୍କ ବାୟୁବାହୀ କରୋନା ଠାରୁ ଲୋକ ମାନଙ୍କୁ ବଚାଂଇ ପାରିବ ନାହିଁ । ଏଥିପାଇଁ ଲୋକ ମାନଙ୍କୁN95 ବା KN95 ମାସ୍କ ବ୍ୟବହାର କରିବାକୁ ପଡିବ । 

ସଂକ୍ରମିତ ରୋଗ ବିଷେସଜ୍ଞ ଡ. ଫହିମ ୟୁନୁସ୍‌ଙ୍କ କହିବା ମୁତାବକ ଏହି ବାୟୁବାହୀ କରୋନା ଭାଇରସ୍ ବ୍ୟାପିବାରୁ ରକ୍ଷା ପାଇବା ପାଇଁ N95 ବା KN95 ମାସ୍କ ବ୍ୟବହାର ପଇଁ ସେ ପରାମର୍ଶ ଦେଇଛନ୍ତି । ଏବଂ ପାଖରେ ଦୁଇଟି ମାସ୍କ ରଖିବା ସହିତ ୨୪ ଘଣ୍ଟାରେ ବଦଳ କରି ମାସ୍କ ବ୍ୟବହାର କରନ୍ତୁ । ତେବେ ସେ ଏହା ମଧ୍ୟ କହିଛନ୍‌ତି ଯେ ଆମେ ଖୋଲା ସ୍ଥାନ ମାନଙ୍କରେ ବିନା ମାସ୍‌କରେ ସମୟ ଅତିବାହିତ କରିପାରିବା ୬ଫୁଟର ଦୁରତା ରକ୍ଷାକରି ।

  • Tags:

Subscribe

National International State Sports Entertainment