ଖବର ଓଡିଶା : 07/02/2023
ଉନ୍ନତ ଚିକିତ୍ସା ପାଇଁ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ ଆଜି ଦିଲ୍ଲୀ ଯାଇଛନ୍ତି। ଆଜି ସକାଳେ ଭୁବନେଶ୍ୱରର ବିମାନବନ୍ଦରରେ ପିଣ୍ଟୁ ନନ୍ଦ ପହଞ୍ଚିବା ପରେ ତାଙ୍କୁ ଦିଲ୍ଲୀକୁ ନିଆଯାଇଛି। ଦିଲ୍ଲୀର ଆଇଏଲ୍ବିଏସ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିବ। ଗୁରୁତର ଯକୃତ ଜନିତ ସମସ୍ୟାରେ ପୀଡିତ ହୋଇଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ଆଇଏଲ୍ବିଏସ୍ ହସ୍ପିଟାଲରେ ତାଙ୍କର ଯକୃତ ପ୍ରତିରୋପଣ କରାଯିବ ବୋଲି ଜଣାପଡ଼ିଛି । ଯକୃତ ପ୍ରତିରୋପଣ ପରେ 3ମାସ ଯାଏ ସେଠାରେ ତାଙ୍କର ଚିକିତ୍ସା ଚାଲିବ ବୋଲି ସୂଚନା ମିଳିଛି। ବ୍ୟୟବହୁଳ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ ସହାୟତା ପାଇଁ ଶୁଭେଛୁ ଓ କଳାକାରମାନେ ହାତ ବଢାଇଛନ୍ତି। ଲିଭର୍ ଟ୍ରାନ୍ସପ୍ଲାଣ୍ଟ ପାଇଁ 50 ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ରହିଛିା ତେବେ ଓଡ଼ିଶା ସିନେ ଆର୍ଟିଷ୍ଟ ସଂଘ ସହ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପିଣ୍ଟୁଙ୍କ ପାଇଁ ଆର୍ଥିକ ସହାୟତା ରାଶି ମିଳିବାରେ ଲାଗିଛି। ଲିଭର୍ ସିରୋସିସ୍ରେ ପୀଡ଼ିତ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପିଣ୍ଟୁ ଚିକିତ୍ସିତ ହେଉଥିଲେ। ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେଣୁ ସେ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି।