କଟକ: ଆଜି ହେଉଛି ଦହିବରା ଆଳୁଦମ୍ ଦିବସ। ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍ ଦିବସ ଭାବେ ପାଳନ କରାଯାଉଛି। ଦହିବରା ଆଳୁଦମ୍ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ଏହି ଉପଲକ୍ଷେ ଆଜି ବିଭିନ୍ନ ସ୍ଥାନରେ ପାଳନ ଚାଲିଛି ଦହିବରା, ଆଳୁଦମ୍ ଦିବସ । ଚାରିଆଡେ ଲୋକମାନେ ଦହିବରା ଆଳୁଦମ ଖାଇ ଏହି ଦିନ ପାଳିଛନ୍ତି । ଦହିବରା ଆଳୁଦମ୍ ଦିବସ ପାଇଁ ଆଜି କଟକ-ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଦହିବରା ଖାଇବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।
ଦହିବରା ଆଳୁଦମ୍ ହେଉଛି ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ। ଯେତେବେଳ ଦହିବରା ଆଳୁଦମ କଥା ମନକୁ ଆସେ ସେତେବେଳେ କଟକରେ ମିଳିଥିବା ସୁଆଦିଆ ଦହିବରା କଥା ମନେପଡ଼େ । ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ ହେଲେ କଟକରେ ମିଳୁଥିବା ଦହିବରା ଆଳୁଦମ୍ ର ସ୍ଵାଦ ଟିକେ ନିଆରା ।
ଦହିବରାର ଇତିହାସ ଯେତିକି ପୁରୁଣା ଏହା ମଧ୍ୟ ସାରା ଦେଶରେ ସେତିକି ଲୋକପ୍ରିୟ । କୁହାଯାଏ, ଦହିବରା ପ୍ରଥମେ ଓଡ଼ିଶାରେ କଟକର ବିଡାନାସି ଠାରେ ପ୍ରସ୍ତୁତ ହୋଇଥିଲା । କଟକରେ ଏହି ଦହିବରା ବ୍ୟବସାୟ କାହିଁ କେତେ ଶହ ଶହ ବର୍ଷ ଧରି ଚାଲି ଆସୁଛି। ଏପରିକି ଦହିବରା କଟକର ଅବିଛେଦ୍ୟ ଅଙ୍ଗ ଭାବେ ପରିଚୟ ପାଇଛି । ଯଦି ଅନ୍ୟ କୌଣସି ଖାଇବା ନମିଳେ ତେବେ ଦହିବରା ହିଁ ଦିନର ଭୋକକୁ ମେଣ୍ଟେଇଦିଏ । କଟକ ଦହିବରାକୁ ଏବେ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛି କଟକ ପ୍ରଶାସନ । ମାର୍ଚ୍ଚ ୧ କୁ ଦହିବରା ଦିବସ ଭାବେ ପାଳନ କରିବା ଏବଂ କଟକ ଦହିବରାକୁ ଜିଆଇ ଟ୍ୟାଗ ମିଳିବା ନେଇ ଏକ ପ୍ରୟାସ ଆରମ୍ଭ ହୋଇଛି ।