ଟାଇଗର ଶ୍ରଫଙ୍କୁ ନେଇ ଏବେ ଚର୍ଚ୍ଚା ଜୋର । ପୁଣି ଆଉ ଜଣଙ୍କ ପ୍ରେମରେ ପଡିଛନ୍ତି ଟାଇଗର। ଯାହାକୁ ନେଇ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ଡ୍ୟାନ୍ସ ଏବଂ ଫିଟନେସକୁ ନେଇ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଟାଇଗର ଏବେ ଆଉ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି | ଏହି କଥାଟା କେତେ ସତ କେତେ ମିଛ ତାହା ତ ଜଣାନାହିଁ। କିନ୍ତୁ ଦୁହେଁ ଦୁହିଁଙ୍କୁ ଡେଟ କରୁଥିବା ଜଣାପଡିଛି। ଦୀର୍ଘ ଦିନ ଧରି ଦିଶା ପଟାନୀଙ୍କୁ ଡେଟ କରିଆସୁଥିଲେ ଟାଇଗର ଶ୍ରଫ। ହେଲେ ଉଭୟ ଗଣମାଧ୍ୟମ ଆଗରେ ନିଜ ସମ୍ପର୍କକୁ କେବେ ହେଲେ ପ୍ରକାଶ କରିନାହାନ୍ତି। କିନ୍ତୁ ଏକାଠି ପ୍ରାୟତଃ ବହୁ ଜାଗାରେ ନଜର ଆସନ୍ତି । ହେଲେ ଟାଇଗର ଶ୍ରଫ କରଣ ଜୋହରଙ୍କ ଶୋ’ରେ ସ୍ୱୀକାର କରିଛନ୍ତି ଯେ ସେ ଏବେ ସିଙ୍ଗଲ ଅଛନ୍ତି । ଦିଶା ପାଟନୀଙ୍କ ସହ ବ୍ରେକଅପ ପରେ ଟାଇଗର ଶ୍ରଫ ଏବେ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀଙ୍କ ସହ ଡେଟ କରୁଛନ୍ତି । ସୂଚନା ଅନୁଯାୟୀ, ଟାଇଗର ବର୍ତ୍ତମାନ ସାରା ଅଲି ଖାନଙ୍କ ସହ ବନ୍ଧୁତା ବଢ଼ାଉଛନ୍ତି। ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି ମିଡିଆରେ ପ୍ରକାଶ ପାଇଛି |