ରେକର୍ଡ ଭାଙ୍ଗିଲା ‘ପାନି-ପାନି ଗୀତ’, ୫୦୦ ମଲିୟନ ଲୋକ ଦେଖିଲେଣି
Khabar Odisha:The-record-breaking-song-Pani-Pani-Song-was-watched-by-500-million-people
ମୁମ୍ବାଇ, ଅଗଷ୍ଟ ୩୧(ଖବର ଓଡିଶା):

ସୁପଟହିଟ୍ ରାପର ଗାୟକ ବାଦଶାହ ଏବଂ ବଲିଅଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଗୀତ ‘ପାନି-ପାନି’ ଇଣ୍ଟରନେଟର୍ ବର୍ତ୍ତମାନ ହଇଚଇ ସୃଷ୍ଟି କରିଛି । ଗେନ୍ଦା ଫୁଲ ଗୀତର ସଫଳତା ପରେ ଉଭୟ କଲାକାଲଙ୍କର ଏବେ ପାନି-ପାନି ଗୀତ ହିଟ ହେବାରେ ଲାଗିଛି । ବାଦଶାହ ଏବଂ ଜ୍ୟାକଲିନଙ୍କ ଗୀତଟି ବର୍ତ୍ତମାନ ୟୁଟ୍ୟୁବରେ ୫୦୦ ମିଲିୟନ ଲୋକ ଦେଖିସାରିଲେଣି । 

ତେବେ ଏହି ଗୀତର ଏକ ଭିଡିଓ କ୍ଲିପ୍ ସାରେଗାମା ମ୍ୟୁଜିକ୍ ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛି । ପ୍ରଶଂଶକମାନେ ଏହି ଗୀତକୁ ବହୁତ ପସନ୍ଦ କରିଛନ୍ତି । ଏହାସହିତ ବାଦଶାହାଙ୍କୁ ମଧ୍ୟ ପ୍ରଶଂସା କରିଚନ୍ତି । ବାଦଶାହଙ୍କ ଜଣେ ପ୍ରଶଂସକ ଲେଖିଛନ୍ତି ଯେ ମୁଁ ଭାବୁଛି ଅନ୍ୟମାନେ ଗୀତର ନମ୍ବର ଦେଖିବା ପରେ ପାନି ପାନି ହୋଇ ଯାଇଛନ୍ତି । 

ସେହିପରି ପୂର୍ବରୁ ବାଦଶାହ ଓ ଜ୍ୟାକଲିନ ଗେନ୍ଦା ଫୁଲ ଗୀତରେ ଏକାଠି କାମ କରିଥିଲେ । ଦର୍ଶକ ମଧ୍ୟ ସେମାନଙ୍କ ଯୋଡିକୁ ବେଶ ପସନ୍ଦ କରିଥିଲେ । ଏହାସହିତ ବାଦଶାହ ତାଙ୍କ କ୍ୟାରିୟରରେ ଇଣ୍ଡଷ୍ଟ୍ରିôକୁ ଅନେକ ହିଟ୍ ଗୀତ ଦେଇଛନ୍ତି । ଯାହାକୁ ନେଇ ପ୍ରଶଂଶକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

  • Tags:

Subscribe

National International State Sports Entertainment