ବଲିଉଡର ଚର୍ଚ୍ଚିତ ଦମ୍ପତି ହେଉଛନ୍ତି ରଣବୀର ସିଂହ ଓ ଦୀପିକା ପାଦୁକୋନ । ରଣବୀର ତାଙ୍କ ଫ୍ୟାସନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁନ୍ତି। ଦର୍ଶକ ବନ୍ଧୁ ଆଜିର ଚର୍ଚ୍ଚାର ବିଷୟ ହେଉଛି ସମ୍ପୂର୍ଣ୍ଣ ଅଲଗା । ରବିବାର ଦିନ ଦମ୍ପତିଙ୍କ ପରିବାର ପୂର୍ଣ୍ଣ ହୋଇଛି, ଅର୍ଥାତ୍ ତାଙ୍କ ଘରକୁ ଗୋଟିଏ ନୂଆ ସଦସ୍ୟ ଅସିଛନ୍ତି ।
ଗଣେଶ ଚତୁର୍ଥୀ ପରଦିନ ଦମ୍ପତିଙ୍କ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଛି । ସେପ୍ଟେମ୍ବର ୨୮ରେ ଦୀପିକାଙ୍କ ପ୍ରସବ ହେବ ବୋଲି କୁହାଯାଉଥିବା ବେଳେ ୨୦ ଦିନ ପୂର୍ବରୁ ସେପ୍ଟେମ୍ବର ୮ରେ ସେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବାପରେ ଦୀପବୀରଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ। ଶନିବାର ସନ୍ଧ୍ୟାରେ ଦୀପିକା ଓ ରଣବୀର ସିଂହ ହସ୍ପିଟାଲ ଯାଉଥିବା ନଜର ଆସିଥିଲେ। ଦୀପିକାଙ୍କୁ ତାଙ୍କ ମାଆ ଉଜ୍ଜଲା ପାଦୁକୋନ ଓ ସ୍ଵାମୀ ରଣବୀର ସିଂହଙ୍କ ସହ ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଦେଖିବାକୁ ମିଳିଥିଲା। ଏହା ପରଠାରୁ ଖୁସି ଖବରକୁ ଅପେକ୍ଷା କରିଥିଲେ ପ୍ରଶଂସକ, ଆଉ ଆଜି ମିଳିଛି ସେହି ଖୁସିଖବର।
ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଦୀପିକା ଗର୍ଭବତୀ ଥିବା ଘୋଷଣା କରିଥିଲେ ଏହି ଦମ୍ପତି।
ଅଧିକା ପଢନ୍ତୁ : ୨୩ ଦିନ ପରେ ବି ଥମିବାର ନାଁ ନେଉନି ‘ସ୍ତ୍ରୀ ୨’, ଶୁକ୍ରବାର କଲା ଦମକାର କଲେକ୍ସନ