କମେଡି ଫ୍ରାଞ୍ଚାଇଜ 'ୱେଲକମ୍' ଏବଂ 'ୱେଲକମ୍ ବ୍ୟାକ୍' ପରେ ଆସିବାକୁ ଯାଉଛି 'ୱେଲକମ୍-3' । ଅକ୍ଷୟ କୁମାର,ସଞ୍ଜୟ ଦତ୍ତ,ପରେଶ ରାୱଲ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍,ଦିଶା ପଟାନିଙ୍କ ଅଭିନୀତ ଏହି ଫିଲ୍ମରେ କମେଡିର ଡୋଜ ରହିବ ବହୁତ ହିଁ ହାଇ । ତେବେ ଏହି ଫିଲ୍ମରେ ଅଭିନୟ କରିଥିବା କିଛି ଆକ୍ଟରଙ୍କୁ ଚେଞ୍ଜ କରାଯାଇଥିବା ବେଳେ ଏଣ୍ଟେରଟେଣ୍ଟମେଣ୍ଟର ସ୍ତରକୁ ବଢାଇବା ପାଇଁ ଅନ୍ୟ ଆକ୍ଟରମାନଙ୍କୁ ମଧ୍ୟ ସାମିଲ କରାଯାଇଛି । ତେବେ ଏହାକୁ ନେଇ ଅନ୍ୟ ଏକ ବଡ ଖବର ସାମ୍ନାକୁ ଆସିଛି । 'ୱେଲକମ୍-3' ର ଟାଇଟେଲକୁ ଚେଞ୍ଜ କରିଛନ୍ତି ଏହି ଫିଲ୍ମର ପ୍ରଯୋଜକ ଫିରୋଜ ନାଡିଆଡୱାଲା । ଟାଇଟେଲକୁ ଚେଞ୍ଜକରି 'ୱେଲକମ୍ ଟୁ ଦ ଜଙ୍ଗଲ' ରଖିଛନ୍ତି ଫିଲ୍ମର ନିର୍ମାତା । ତେବେ ଏହାର ତୃତୀୟ ଭାଗକୁ ଦେଖିବା ପାଇଁ ବେଶ ଉତ୍ସାହିତ ଅଛନ୍ତି ଦର୍ଶକମାନେ । ତେବେ ବଲିଉଡ୍ ର ଖିଲାଡି ଅକ୍ଷୟ କୁମାରଙ୍କ ପ୍ରେଜେନ୍ସ ଏହି ଫିଲ୍ମକୁ ଆହୁରି ରୋମାଞ୍ଚକ କରିଦେଇଛି । ଏହି ଫିଲ୍ମଟି 2024 ଖ୍ରୀଷ୍ଟମାସରେ ରିଲିଜ ହେବ ବୋଲି ସୂଚନା ମିଳିଛି । ଯେପରି 'ୱେଲକମ୍' ଏବଂ 'ୱେଲକମ୍ ବ୍ୟାକ୍'ର କାହାଣୀ ଗୁଡିକ ଖୁବ ନିଆରା ହୋଇଥିବା ବେଳେ 'ୱେଲକମ୍ ଟୁ ଦ ଜଙ୍ଗଲ' ଫିଲ୍ମରେ କ'ଣ କ'ଣ ଟୁଇଷ୍ଟ ଭରି ରହିଛି ଏହା ଦେଖିବା ପାଇଁ ବାକି ରହିଲା ।