ରିଲିଜ ହେଲା ଫିଲ୍ମ ‘ୱାନ ଡେ’ର ଟ୍ରେଲର, ଏବେ ସୁଦ୍ଦା ଦେଖିଲେଣୀ ୫ଲକ୍ଷ ଦର୍ଶକ
Khabar Odisha:Entertainment-Odisha-anupam-kher-starrer-one-day-trailer-is-out-now
ନୂଆଦିଲ୍ଲୀ, ମେ ୨୨(ଖବର ଓଡ଼ିଶା):

ବଲିଉଡ଼ ଅଭିନେତା ଅନୁପମ ଖେର ପୁଣି ଏକ ଭିନ୍ନ ଆନ୍ଦାଜରେ ଦମଦାର ସିନେମା ନେଇ ଆସିଛନ୍ତି । ଅନୁପମ କେର ଓ ଇଶା ଗୁପ୍ତାଙ୍କ ଧମାକାଦାର ଫିଲ୍ମ ‘ୱାନ ଡେ’ର ଟ୍ରେଲର ଆଜି ରିଲିଜ ହୋଇଛି । 

ଅଶୋକ ନନ୍ଦାଙ୍କ ନିର୍ଦ୍ଦେଶିତ ଦମଦାର ଫିଲ୍ମ ‘ୱାନ ଡେ’ର ଟ୍ରେଲର ଆଜି ରିଲିଜ ହୋଇଛି । ଅନୁପମ ଖେର ଓ ଇଶା ଗୁପ୍ତାଙ୍କ ଏହି ଫିଲ୍ମର ଟ୍ରେଲର ରିଲିଜ ହେଉ ହେଉ ସୋସିଆଲ ମିଡ଼ିଆରେ ଚମତ୍କାର ପ୍ରଦର୍ଶନ କରି ଚର୍ଚ୍ଚାରେ ରହିଛି । ଏହି ଫିଲ୍ମରେ ଅନୁପମ ଖେର ଏକ ରିଟାର୍ଡ଼ ଜର୍ଜ ଭୂମିକାରେ ନଜରକୁ ଆସୁଛନ୍ତି । ଏହା ସହ ଇଣା ଗୁପ୍ତା ଏକ ପୋଲିସ ଅଫିସର ରୂପରେ ଆସିବେ । ଏହି ଫିଲ୍ମ ଟ୍ରେଲର ରିଲିଜ ହେବା କିଛି ସମୟ ହୋଇଛି । 

ବର୍ତ୍ତମାନ ସୁଦ୍ଧା ଫିଲ୍ମ ‘ୱାନ ଡେ’ର ଟ୍ରେଲରକୁ ପାଂଚ ଲକ୍ଷ ଦର୍ଶକ ଦେଖିସାରିଲେଣି । ଏହି ଟ୍ରେଲରକୁ ଅନୁପମ ଖେର ନିଜ ଟ୍ୱିଇଟରରେ ମଧ୍ୟ ସେୟାର କରିଛନ୍ତି । ଜୁନ ପହିଲାରେ ଫିଲ୍ମ ‘ୱାନ ଡେ’ ବଡ଼ ପରଦାକୁ ଆସିବ । ନିଜ ଟ୍ୱିଟରରେ ଅନୁପମ ଖେର ନିଜ କର୍ତ୍ତବ୍ୟ ଓ ବୃତ୍ତିରେ ସର୍ବଦା ମନ ଲଗାଇବାକୁ କହିଛନ୍ତି । 

  • Tags:

Subscribe

National International State Sports Entertainment