ମୁମ୍ବାଇ : ଆସୁଛି ଅକ୍ଷୟ କୁମାରଙ୍କ ବହୁପ୍ରତୀକ୍ଷିତ ଫିଲ୍ମ । ଯାହାକୁ ଦେଖିବାକୁ ଦର୍ଶକଙ୍କ ମନରେ ଅନେକ ଉତ୍କଣ୍ଠ ଭରି ରହିଛି । ଏହି ହରର୍ କମେଡି ଏକ ପୋଷ୍ଟର ଦର୍ଶକଙ୍କୁ ଶେୟାର କରିଛନ୍ତି ଅକ୍ଷୟ କୁମାର । ପ୍ରାୟ ୧୪ ବର୍ଷ ପରେ ଅକ୍ଷୟ କୁମାର ଏହି ଚଳଚ୍ଚିତ୍ରରେ ପ୍ରିୟଦର୍ଶନଙ୍କ ସହ କାମ କରୁଛନ୍ତି। ଅକ୍ଷୟ କୁମାର ତାଙ୍କ ଜନ୍ମଦିନରେ ଏହି ଚଳଚ୍ଚିତ୍ର ବିଷୟରେ ଘୋଷଣା କରିଥିଲେ। ଏବେ ସେ ଏହାର ପୋଷ୍ଟର ଶେୟାର କରିଛନ୍ତି, ଯେଉଁଥିରେ ସେ ଲଣ୍ଠନ ଧରି ଏକ ଉଚ୍ଚା ସ୍ଥାନରେ ବସିଥିବା ଦେଖିବାକୁ ମିଳିଛି।
ଏହି ପୋଷ୍ଟରରେ ଅକ୍ଷୟଙ୍କ ପଛରେ ଦେଖାଯାଇଥିବା ଦୃଶ୍ୟ ଭୂତ କାହାଣୀର ଝଲକ୍ ଦେଖାଉଛି ଏବଂ ତାଙ୍କ ହାତରେ ଥିବା ଲଣ୍ଠନ ଏହି କାହାଣୀର ଭୟ ସୃଷ୍ଟି କରୁଛି। ପୋଷ୍ଟର ଶେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, ‘‘ଆଜି ଆମେ ଆମ ହରର କମେଡି ‘ଭୂତ୍ବଙ୍ଗଲା’ର ଶୁଟିଂ ଆରମ୍ଭ କରୁଛୁ, ମୋର ପ୍ରିୟ ପ୍ରିୟଦର୍ଶନଙ୍କ ସହ ସେଟ୍ରେ ଥିବାରୁ ମୁଁ ବହୁତ ଉତ୍ସାହିତ। ଭୟ ଏବଂ ହସର ଏହି ଡବଲ ଡୋଜ୍ ୨୦୨୬ ଏପ୍ରିଲ ୨ରେ ଆପଣଙ୍କ ପାଇଁ ପ୍ରସ୍ତୁତ ହେବ।
ଅଧିକା ପଢନ୍ତୁ: ଲକ୍ଷଲକ୍ଷ ସିନେମା ପ୍ରେମୀଙ୍କ ହୃଦୟକୁ ଛୁଇଁଛି ପୁଷ୍ପା-୨, କରୁଛି ନୂଆନୂଆ ରେକର୍ଡ