ସ୍ୱର୍ଗୀୟ ଅଭିନେତ୍ରୀ ଏବଂ ପତ୍ନୀ ଶ୍ରୀଦେବୀଙ୍କ ହତ୍ୟା ମାମଲାରେ ପ୍ରଥମ ଥର ପାଇଁ ସ୍ୱାମୀ ବୋନି କପୁର ଗଣମାଧ୍ୟମ ସାମ୍ନାରେ ନିଜର ବୟାନ ରଖିଛନ୍ତି । ଗଣମାଧ୍ୟମକୁ ଏକ ସାକ୍ଷାତ୍କାର ମାଧ୍ୟମରେ ବୋନି କପୁର ସବୁକିଛି ସ୍ପଷ୍ଟ କରିଦେଇଛନ୍ତି । ସୂଚନା ଅନୁଯାୟୀ, ବୋନି କପୁର କହିଛନ୍ତି ଯେ ଶ୍ରୀଦେବୀଙ୍କ ମୃତ୍ୟୁ ପ୍ରାକୃତିକ ନୁହଁ ଦୁର୍ଘଟଣାଜନିତ ଥିଲା । ତାଙ୍କ ଉପରେ ଲାଗିଥିବା ଅଭିଯୋଗ ଯେ ଶ୍ରୀଦେବୀଙ୍କ ମୃତ୍ୟୁ ପଛରେ ତାଙ୍କ ହାତ ଅଛି ତାହା ସମ୍ପୂର୍ଣ୍ଣ ମିଛ । ବୋନି କପୁର କହିଛନ୍ତି ଯେ, ମୁଁ ଏହା ଉପରେ କିଛି କହୁ ନଥିଲି କାରଣ ମୋ ଉପରେ ତଦନ୍ତ ଚାଲିଥିଲା । ଏବଂ ମୋତେ 24 ରୁ 48 ଘଣ୍ଟା ଧରି ପଚରାଉଚରା କରାଯାଉଥିଲା । ଏହାପରେ ମୋତେ ଦୁବାଇ ପୁଲିସ ଠାରୁ କ୍ଳିନ୍ ଚିଟ୍ ମିଳିଥିଲା । ଏହାସହ ଅଫିସର ମାନେ ମୋତେ କହିଥିଲେ ଯେ ମୋ ଉପରେ ଏପରି ତଦନ୍ତ ଚାଲିବ । କାରଣ ଭାରତୀୟ ଗଣମାଧ୍ୟମ ପକ୍ଷରୁ ପ୍ରବଳ ଚାପ ପଡୁଛି । ତେବେ ମୁଁ ଆଗେ ଯାହା କହିଛି ଏବେ ବି ତାହା ହିଁ କହିବି । ଲାଇ ଡିଟେକ୍ଟର ଟେଷ୍ଟ ବି କରାଯାଇଛି। ଶେଷରେ ତଦନ୍ତରୁ ଏହି ନିଷ୍କର୍ଷ ମିଳିଲା ଯେ ଶ୍ରୀଦେବୀଙ୍କୁ କେହି ହତ୍ୟା କରିନାହାନ୍ତି, ଦୁର୍ଘଟଣାବଶତଃ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ଏକ ବାହାଘର ଉତ୍ସବରେ ଯୋଗ ଦେବାକୁ ଯାଇ ଦୁବାଇର ଏକ ହୋଟେଲରେ ଗାଧୁଆ ଟବ୍ରେ ବୁଡ଼ି ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ସ୍ୱାମୀ ବୋନି କପୁରଙ୍କ ସନ୍ଦେହ ଘେରରେ ରଖି ପଚରାଉଚରା କରିଥିଲା ଦୁବାଇ ପୁଲିସ । ଶ୍ରୀଦେବୀଙ୍କର ମୃତ୍ୟୁ ଖବର ସିନେ ଦୁନିଆରେ ଶୋକର ମହଲ ଖେଳାଇ ଦେଇଥିଲା।