ଭୁବନେଶ୍ୱର : ନୂଆପଡ଼ା ନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଦାରଖ କରିଛନ୍ତି । ଆସନ୍ତା ୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ବାହାର ଲୋକଙ୍କୁ ନୂଆପଡ଼ା ଛାଡିବାକୁ ପ୍ରେସମିଟ୍ କରି ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ।
ପ୍ରଚାର ଶେଷରୁ ମତଦାନ ଶେଷ ପର୍ଯ୍ୟନ୍ତ କେମିତି ରହିବ ପ୍ରକ୍ରିୟା ସେ ନେଇ ତଦାରଖ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ବର୍ତ୍ତମାନ ସୁଦ୍ଧା ନୂଆପଡ଼ାରୁ ଜବତ ହେଲାଣି ୧ କୋଟି ୨୨ ଲକ୍ଷ ନଗଦ ଟଙ୍କା । ୧ କୋଟି ୩୨ ଲକ୍ଷ ଟଙ୍କାର ମଦ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ । ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖିବେ ନିର୍ବାଚନ ଅଧିକାରୀ । ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ବାହାରୁ ଯିଏ ନୂଆପଡ଼ା ଯାଇଛନ୍ତି ସମସ୍ତେ ବାହାରିବେ, ସମସ୍ତ ଗାଡ଼ି ଚେକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରକୃତ ଭୋଟରଙ୍କର ଯାଞ୍ଚ ହେବ ।
ଆହୁରି ମଧ୍ଯ ଯିଏ ଶରୀର ଖରାପ କହି ରହିବାକୁ କହିବେ ତାଙ୍କୁ ମେଡିକାଲ ବୋର୍ଡ ପରୀକ୍ଷଣ କରିବ । ପବ୍ଲିକ ମିଟିଙ୍ଗ, ପ୍ରୋସେସନ, ଟିଭି ମିଡିଆରେ ପ୍ରଚାର ପ୍ରସାର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହେବ । ଭୋଟରଙ୍କୁ ପ୍ରଭାବିତ କଲା ଭଳି ମିଡିଆ କଭରେଜ, ଇଲେକ୍ସନ କଣ୍ଟେଣ୍ଟ କଭରେଜ କରନ୍ତୁ ନାହିଁ । ଭୋଟରଙ୍କୁ ପ୍ରଭାବିତ କଲା ଭଳି ନ୍ୟୁଜ୍ କରନ୍ତୁ ନାହିଁ । ସୋସିଆଲ ମିଡିଆରେ ପଲିଟିକାଲ କଣ୍ଟେଣ୍ଟ ଯାହା ଭୋଟରଙ୍କୁ ପ୍ରଭାବିତ କରିବ ସେଭଳି ନ କରିବାକୁ ଗଣମାଧ୍ୟମକୁ ଅନୁରୋଧ କରାଯାଇଛି । ୧୦ ତାରିଖ ସକାଳୁ ପୋଲିଂ ବୁଥ୍ ନିକଟକୁ ପୋଲିଂ ଅଧିକାରୀ ବାହାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।