ଆଜି ସରିବ ଝାରସୁଗୁଡା ଉପନିର୍ବାଚନ ପ୍ରଚାର । ଆଉ ଦିନକ ପରେ ନିର୍ବାଚନ । ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳର ପ୍ରସ୍ତୁତି । ହାତରେ ମାତ୍ର ଆଉ ଗୋଟିଏ ଦିନ ଥିବାରୁ ଜୋରସୋରରେ ଲାଗିଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ। ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମାରାଥନ ପ୍ରଚାର ଚଳାଇଛନ୍ତି l ସେପଟେ ପ୍ରଚାର ପାଇଁ ମଇଦାନକୁ ଆଜି ଓହ୍ଲାଇଛନ୍ତି ବହୁ ହେଭିୱେଟ।
ଗତକାଲି ଝାରସୁଗୁଡ଼ା ଉନପନିର୍ବାଚନରେ ହେଭିୱେଟ୍ଙ୍କ ପ୍ରଚାର ଦେଖିବାକୁ ମିଳିଥିଲା। ଅମରପାଲିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ସଭା କରି ନବ ଦାସଙ୍କ ଝିଅ ଦୀପାଳିଙ୍କ ପାଇଁ ଭୋଟ ମାଗିଥିବା ବେଳେ ଅନ୍ୟ ପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। କୁଲାବିରାରେ ଆୟୋଜିତ ଜନ ସମାବେଶରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ରାଜ୍ୟ ସରକାରଙ୍କୁ ଏକାଧିକ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର କାରଣ କଣ? କେନ୍ଦ୍ର ଦେଉଥିବା ଅର୍ଥ କୁଆଡେ ଯାଉଛି? ପ୍ରଧାନମନ୍ତ୍ରୀ ଆବାସ ଘର କାହିଁକି ବଂଟାଯାଉନି ? ଗୁଡୁ ମୁସଲିମ କଥା ଉଠାଇ ବିଜେଡି ନେତାଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛିା ଆଜିଠୁ ପୋଲିଂ ପାର୍ଟି ନିଜ ନିଜ ବୁଥକୁ ଯିବା ଆରମ୍ଭ କରିବେ। ମେ' ୧୩ ତାରିଖରେ ଭୋଟ୍ ଗଣତି ହେବ।