ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ଵାଚନ ଜାରି ରହିଛି । ଏହି ପର୍ଯ୍ୟାୟରେ ସମ୍ବଲପୁର ବିଧାନସଭା ନିର୍ବାଚନ ପାଇଁ ମତଦାନ ହେଉଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ମାନେ ବୁଥକୁ ଯାଇ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ସମ୍ବଲପୁର ବିଧାନସଭା ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ନିଜ ପରିବାରବର୍ଗ ଙ୍କ ସହିତ ବୁଥ କୁ ଯାଇ ମତଦାନ ସାବ୍ୟସ୍ତ କରିଛନ୍ତି। ସେହିପରି ବିଜେଡି ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ ମଧ୍ୟ ସପରିବାର ବୁଥ କୁ ଯାଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଏହାସହ ଅନ୍ୟ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ମାନେ ମଧ୍ୟ ବିଭିନ୍ନ ବୁଥ କୁ ଯାଇ ମତଦାନ ସାବ୍ୟସ୍ତ କରିଛନ୍ତି।