ବ୍ରିଟେନ ନିର୍ବାଚନରେ ଓଡ଼ିଆ ମହିଳା । ଓ୍ବେଷ୍ଟମୋରଲ୍ୟାଣ୍ଡ କାଉନସିଲ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ସସ୍ମିତା ରାଜହଂସ । ସସ୍ମିତାଙ୍କୁ ପ୍ରାର୍ଥୀ କରିଛି ଲିବେରାଲ ଡେମୋକ୍ରାଟସ ପାର୍ଟି । ବିଟ୍ରେନରେ ବିଭିନ୍ନ ସମାଜିକ କାର୍ଯ୍ୟ କରୁଛନ୍ତି ସସ୍ମିତା ରାଜହଂସ । ଭୁବନେଶ୍ବରର ମହିଳା ସସ୍ମିତା ରାଜହଂସ ୨୦ ବର୍ଷ ଧରି ସିଟି ଅଫ ବର୍ଥ ବାସିନ୍ଦା ରହି ଆସିଛନ୍ତି ।
ସ୍ଥାନୀୟ ନିର୍ବାଚନରେ ସେ ଅଂଶ ଗ୍ରହଣ କରିଛନ୍ତି । ଏହି ନିର୍ବାଚନରେ ସସ୍ମିତାଙ୍କ ବିଜୟ ସମ୍ଭାବନା ୭୨ ପ୍ରତିଶତ ରହିଥିବା ଚର୍ଚ୍ଚା ହେଉଛି । କରୋନା ସମୟରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟ କରି ବେଶ ଲୋକପ୍ରିୟ ହୋଇଛନ୍ତି ସସ୍ମିତା ରାଜହଂସ । ଏଠାକାର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରି ସେ ଲୋକପ୍ରିୟ ହୋଇଛନ୍ତି । ଆସନ୍ତାକାଲି ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।