ଆସନ୍ତା ୧୦ ତାରିଖରେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପଡିବ ଭୋଟ । ଯେଉଁଥିପାଇଁ ଏବେ ଜୋରସୋରରେ ଚାଲିଛି ପ୍ରଚାର । ଝାରସୁଗୁଡା ଉପନିର୍ବାଚନ l ପ୍ରଚାର ମଇଦାନକୁ ଓଲ୍ହାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ l ବିଜେଡି ପାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର ମୈଦାନକୁ ଓଲ୍ହାଇପାରନ୍ତି ମୁଖ୍ୟମନ୍ତ୍ରୀ l ଆସନ୍ତା ୭ ତାରିଖରେ ପ୍ରଚାର କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ସେପଟେ ଆସନ୍ତା ୭ ତାରିଖରେ ଝାରସୁଗୁଡା ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର । ନିର୍ବାଚନୀ ସଭା ସହ ରୋଡ ସୋ’ କରିବେ ଧର୍ମେନ୍ଦ୍ର । ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାଁ ସାମିଲ କରିଥିଲା । ତେଣୁ ଭୋଟଗ୍ରହଣର ୨ ଦିନ ପୂର୍ବରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ।