ଝାରସୁଗୁଡ଼ାରେ ବିଜେଡିର ବାଜିମାତ୍ । ରେକର୍ଡ ସଂଖ୍ୟକ ଭୋଟରେ ଜିତିଲା ବିଜେଡି । ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୬୧୯ ଭୋଟରେ ହରାଇଲେ ଦୀପାଳି ଦାସ । ଗତ ୨୦୧୯ ନିର୍ବାଚନ ତୁଳନାରେ ଅଧିକ ଭୋଟ ପାଇଛି ବିଜେଡି । ୨୦୧୯ରେ ସ୍ୱଗର୍ତ ନବ ଦାସ ୯୮୬୨୦ ଭୋଟ ପାଇବା ସହ ୪୫୬୯୯ ଭୋଟରେ ବିଜୟୀ ହୋଇଥିଲେ । କିନ୍ତୁ ଉପ-ନିର୍ବାଚନରେ ଝିଅ ଦୀପାଳି ୧୦୭୦୦୩ ଭୋଟ ପାଇବା ସହ ୪୮,୬୧୯ ଭୋଟରେ ବିଜୟୀ ହୋଇଛନ୍ତି ।
ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ବିଜୟ ନେଇ ଆଶାବାଦୀ ଥିବାବେଳେ ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସୂଚନାଯୋଗ୍ୟ ଗତ ନବ ଦାସ ୨୦୦୯, ୨୦୨୧୪ କଂଗ୍ରେସରୁ ବିଧାୟକ ହୋଇଥିବାବେଳେ ୨୦୧୯ ପୂର୍ବରୁ ବିଜେଡିରେ ଯୋଗ ଦେଇ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। କ୍ୟାବିନେଟ୍ ମନ୍ତ୍ରୀ ହୋଇ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ବି ଥିଲେ । ତାଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପନିର୍ବାଚନ ପଦ ଖାଲି ଥିଲା । ଗତ ମାସ ୧୦ ତାରିଖ ଦିନ ଭୋଟ୍ ଗ୍ରହଣ ହୋଇଥିବା ବେଳେ ଆଜି ଗଣନା ହୋଇଛି । ତେବେ ଗତ ନିର୍ବାଚନରେ ବିଜେପି ୫୨୯୨୧ ଭୋଟ ପାଇଥିବା ବେଳେ ଉପ-ନିର୍ବାଚନରେ ଏହି ସଂଖ୍ୟା ବୃଦ୍ଧି ପାଇ ୫୮୩୮୪ରେ ପହଞ୍ଚିଛି । ସେହିପରି ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ୧୮୮୨୩ ଖଣ୍ଡ ଭୋଟ ମିଳିଥିଲା ବେଳେ ଉପ-ନିର୍ବାଚନରେ ମାତ୍ର ୪୪୭୩ଟି ଭୋଟ ପାଇଛି ।