ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନର ଉପନିର୍ବଚନ ପାଇଁ ମତଦାନ ଚାଲିଛି। ୩୫୮ ଟି ମତଦାନ କେନ୍ଦ୍ରରେ ୨.୫୩ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ। ତେବେ ମଙ୍ଗଳବାର ଅପରାହ୍ନ ୧ଟା ସୁଦ୍ଧା ୨.୫୩ ଲକ୍ଷ ଭୋଟରଙ୍କ ମଧ୍ୟରୁ ମୋଟ ୫୧.୪୨ ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି।
୮ ସେପ୍ଟେମ୍ବର, ୨୦୨୫ରେ ଚାରିଥର ବିଧାୟକ ଥିବା ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଆଜି ଏହି ଉପନିର୍ବାଚନ ହେଉଛି। ତିନି ପ୍ରମୁଖ ଦଳ ବିଜେପି-ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କୁ ମିଶାଇ ମଇଦାନରେ ୧୪ ଜଣ ଥିବାବେଳେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର। ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ ଫଳ।
ଉପନିର୍ବାଚନର ଫଳାଫଳକୁ ବିଜେଡି, ବିଜେପି ଏବଂ କଂଗ୍ରେସ ପାଇଁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ ଏହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପ୍ରତି ଜନମତକୁ ସୂଚାଇବ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରନ୍ତର ପ୍ରଭାବକୁ ପରୀକ୍ଷା କରିବ ଏବଂ ରାଜ୍ୟରେ କଂଗ୍ରେସର ପ୍ରାସଙ୍ଗିକତାକୁ ପ୍ରତିଫଳିତ କରିବ।
ଅଧିକ ପଢନ୍ତୁ: ନୂଆପଡ଼ା ଉପନିର୍ବାଚନ; ଆଉ ଜଣେ ପ୍ରିଜାଇଡିଂ ଅଫିସର ସସ୍ପେଣ୍ଡ, ଭୋଟ ଗୋପନୀୟତା ଉଲ୍ଲଂଘନ ପାଇଁ ନିଲମ୍ବିତ