୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କିରାଣୀ ଖୋର୍ଦ୍ଧା,ଅଗଷ୍ଟ ୨(ଖବର ଓଡିଶା): Share story: ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ଜଣେ ବ୍ୟକ୍ତି ଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ତଥା ଭାରପ୍ରାପ୍ତ ଭାଇଟାଲ୍ ଷ୍ଟାଟିଷ୍ଟିକ୍ସ କିରାଣୀ ଅନୂପ କୁମାର ଶତପଥୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସୂଚନା ଅନୁସାରେ, ମଳିପଡ଼ା ଚମ୍ପାଝରର ସୁନୀଲ କୁମାର ତ୍ରିପାଠୀଙ୍କ ଜେଜେ ବାପା ଓ ଜେଜେ ମା’ଙ୍କ ମୃତ୍ୟୁ ପ୍ରମାଣପତ୍ର କରାଇବା ପାଇଁ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବେଦନ କରିଥିଲେ । ଜେଜେ ବାପା ଓ ମା’ଙ୍କ ନାମରେ ଥିବା ଏକ ଜମି ବିକ୍ରି କରିବା ପାଇଁ ମୃତ୍ୟୁ ପ୍ରମାଣପତ୍ର ଆବଶ୍ୟକତା ପଡ଼ିଥିଲା । ତେବେ ଏହା ମିଳିବାରେ ବିଳମ୍ବ ହେବାରୁ ସେ ପ୍ରମାଣପତ୍ର ଦେବା ଦାୟିତ୍ୱରେ ଥିବା ଭାଇଟାଲ୍ ଷ୍ଟାଟିଷ୍ଟିକ୍ସ କିରାଣୀ ଅନୂପ କୁମାର ଶତପଥୀଙ୍କ ସହ ଯୋଗାଯୋଗ କରିଥିଲେ । ଏନେଇ ଅନୁପ ତାଙ୍କୁ ୫ହଜାର ଟଙ୍କା ଲାଂଚ ମାଗିଥିଲେ । ସୁନୀଲ ଏହି ସମ୍ପର୍କରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଖବର ଓଡ଼ିଶା, Reporter, 02/08/2022