ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଅଭାବନୀୟ ଘଟଣା ଘଟିଛି । ଉପ ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିବା ଜଣ ବ୍ୟକ୍ତି ଆତ୍ମାହୁତି ଦେବାକୁ ଉଦ୍ୟମ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ବେଳେ ତାଙ୍କୁ କାବୁ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ହେଲେ କାମାକ୍ଷାନଗର ଥାନା ଇନ୍ଦିପୁର ଗାଁର ବିପିନ ନାୟକ ।
ଇନ୍ଦିପୁରି ଗ୍ରାମର ବିପିନ ନାୟକ ୪୦ରୁ ଅଧିକ ବର୍ଷ ହେବ ସରକାରୀ ଜମିରେ ରହିଆସୁଛନ୍ତି । ସେଠାରେ ତାଙ୍କୁ ଏକ ପ୍ରଧାନମନ୍ତ୍ରୀ ଆବାସ ମଧ୍ୟ ମିଳିଛି । ସେ ଉକ୍ତ ଜମି ଉପରେ ଘର ନିର୍ମାଣ କରି ରହୁଛନ୍ତି । ମାତ୍ର ଆଉ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ଘର ପଛରେ ଥିବା ନିଜ ଜମିରେ ଘର ନିର୍ମାଣ କରିଛନ୍ତି । ଫଳରେ ବିପିନ ନିଜ ଘରକୁ ଯିବା ଆସିବା କରିବାରେ ହଇରାଣ ହେଉଛନ୍ତି । ହେଲେ ନିଜ ଘରକୁ ଯିବା ଆସିବାରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି କାମାକ୍ଷାନଗର ଥାନା ପୁଲିସ ଓ ପ୍ରଶାସନ ଜବର ଦଖଲ ଉଚ୍ଛେଦ ପାଇଁ ଯାଇଥିଲେ । ବିପିନଙ୍କର ଏକ ଚାଳ ଘରକୁ ବେଆଇନ ଦଖଲ ଦର୍ଶାଇ ଭଙ୍ଗା ଯାଇଥିଲା । ସେଥିପାଇଁ ସେ ଜିଲ୍ଲାପାଳଙ୍କ ନିକଟକୁ ଗୁହାରୀ କରିବାକୁ ଆସିଥିଲେ । କିଛି ଉପାୟ ନ ପାଇ ସବୁଆଡ଼ୁ ନିରାଶ ହେବା ପରେ ସେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ । ଆତ୍ମାହୂତି ଉଦ୍ୟମ କରୁଥିବା ସେଠାରେ ଉପସ୍ଥିତ ଥିବା ଲୋକ ତାଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି ।