ବସ୍ତର: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ପୁଣି ଥରେ ସୁରକ୍ଷାବାହିନୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ବସ୍ତର ରେଞ୍ଜରେ ଗୁଳି ବିନିମୟରେ ଟଳିଛନ୍ତି ୭ ମାଓବାଦୀ । ଏ ନେଇ ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ଦିନ ପ୍ରାୟ ୧ ଟା ବେଳେ ଛତିଶଗଡ଼-ମହାରାଷ୍ଟ୍ର ସୀମାରେ ଥିବା ନାରାୟଣପୁର ଜିଲ୍ଲାର ଅଭୁଜମାଦ ଜଙ୍ଗଲରେ ସୁରକ୍ଷା ବାହିନୀ କୁମ୍ବିଂ ଅପରେସନ କରୁଥିଲା । ଏହି ସମୟରେ ସେଠାରେ ଲୁଚି ରହିଥିବା ମାଓବାଦୀଙ୍କ ସହିତ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାବାହିନୀ ଗୁଳିରେ ୭ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଏହା ପରେ ସେଠାରୁ ବ୍ୟାପକ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଖବର ଲେଖା ଯିବା ବେଳକୁ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିଲା ।
ଗତକାଲି ମଧ୍ୟ ସୁକମାରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ବେଳେ ଅନେକ ମାଓ ସାମଗ୍ରୀ ସହିତ, ଅସ୍ତ୍ରଶସ୍ତ୍ର ଆଦି ଜବତ କରିଥିଲା ।