ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଗ୍ରାମରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ତପନ କୁମାର ବିଶ୍ବାଳ ଗୁରୁତର ହୋଇ ବ୍ରହ୍ମପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ବେଗୁନିଆ ପଡ଼ା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ଗିରଫ କରିଥିବା ତିନି ଜଣ ଅଭିଯୁକ୍ତ ହେଉଛନ୍ତି ସୁଶାନ୍ତ ଦୋରା, ସାଗର ମହାନ୍ତି ଓ କାଳିଆ ସାହୁ । ତେବେ ଆକ୍ରମଣ ସମୟର ଭିଡିଓ ସିସିଟିଭି ରେ କଏଦ ହୋଇଛି। ସିସିଟିଭିରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ଅମାନୁଷିକ ଭାବେ ତପନ କୁମାର ବିଶ୍ବାଳଙ୍କୁ ଆକ୍ରମଣ କରୁଛି । ଏହି ସମୟର ସିସିଟିଭି ଭିଡିଓ ସ୍ଥାନୀୟ ଅଞ୍ଚଳରେ ଭାଇର।ଲ ହେବାରେ ଲାଗିଛି ।
ଅଧିକ ପଢନ୍ତୁ : ଜାହାଜରୁ ଖସି ପଡିଲେ ବିଦେଶୀ ନାଗରିକ