ବ୍ରହ୍ମପୁର: ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ୮ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରାଯିବ। ଗିରଫ ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୮ ଜଣଙ୍କ ଟିଆଇ ପରେଡ ବ୍ରହ୍ମପୁରର ମଣ୍ଡଳ କାରାଗାରରେ ହେବ। ସଂପୃକ୍ତ ଅଭିଯୁକ୍ତମାନେ ହେଲେ ଉମା ବିଷୋୟୀ, କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଯୋଗେନ୍ଦ୍ର ରାଉତ, ଶିଶୁପାଲ ପାଶ୍ୱାନ, କୁନ୍ଦନ କୁମାର, ସୀମାଞ୍ଚଳ ନାୟକ ଓ ବିପିନ ସ୍ୱାଇଁ।
ଅଭିଯୁକ୍ତଙ୍କର ଟିଆଇ ପରେଡ ପାଇଁ ମାମଲାର ତଦନ୍ତ ଅଧିକାରୀ ପ୍ରିୟାସ ରଞ୍ଜନ ଛୋଟରାୟ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ପିଟିସନ ଦାଖଲ କରିଥିଲେ। ଆଜି ଜେଲ ଭିତରେ ମାଜିଷ୍ଟ୍ରେଟ, ଜେଲ ଅଧିକାରୀଙ୍କ ଉପସ୍ଥିତିରେ ସାକ୍ଷୀ ରୂପେ ଥିବା ବ୍ୟକ୍ତି ଅନ୍ୟମାନଙ୍କ ଗହଣରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ। ସାକ୍ଷୀ ରୂପେ ପୋଲିସ ଆକାଶ ବିଷୋୟୀ, ଏନ କିରଣ କୁମାରଙ୍କୁ ରଖିଥିବା ଜଣାପଡ଼ିଛି।
ଗତ ଅକ୍ଟୋବର ୬ ତାରିଖ ରାତିରେ ପୀତବାସଙ୍କୁ ତାଙ୍କ ବାସଭବନ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣାଦିନ ଅଭିଯୁକ୍ତ ଚିଣ୍ଟୁ ପ୍ରଧାନ ବାଇକ ଚଳାଉଥିବା ବେଳେ କୁରୁପତି ଭୂୟାଁ ପଛରେ ବସିଥିଲେ । କୁରୁପତି ଗୁଳି ମାଡ଼ କରିବା ପରେ ପୀତବାସ ଟଳି ପଡ଼ିଥିଲେ। ଏହାପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ଅଧିକ ପଢନ୍ତୁ: ପୀତବାସ ପଣ୍ଡା ହତ୍ୟା ମାମଲାରେ ପତ୍ନୀଙ୍କ ସାମ୍ବାଦିକ ସମ୍ମିଳନୀ: କହିଲେ, ମାମଲା ପ୍ରତ୍ୟାହାର ପାଇଁ ଆସୁଛି ଧମକପୂର୍ଣ୍ଣ ଫୋନ କଲ୍
ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ବିବାଦୀୟ ବୟାନ୍ ଦେବା ପ୍ରସଙ୍ଗରେ ଅବଶେଷରେ ହାଇକୋର୍ଟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି ବ୍ରହ୍ମପୁର ଏସପି ଡାକ୍ତର ଶରବଣା ବିବେକ। ଏହାପରେ ତାଙ୍କ ବିରୁଦ୍ଧରେ ଅଦାଲତ ମାମଲା ନ ଚଳାଇବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।