ଭୁବନେଶ୍ୱର: ରାଜଧାନୀରେ ସୁନା ଚେନ୍ ଲୁଟ୍ ବେଳେ ମହିଳା ମୃତ୍ୟୁ ମାମଲାରେ ପୁଲିସ ଅଭିଯୁକ୍ତକୁ ବାନ୍ଧିଛି । ପ୍ରାୟ ୪ ଶହ ସିସିଟିଭି ଯାଞ୍ଚ ପରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଏୟାରଫିଲଡ଼ ଥାନା ପୁଲିସ । ଅଭିଯୁକ୍ତ ଜଣକ ହେଲା ରାଜା ନାଇଡୁ (ଝିଙ୍ଗୁରୁ) । ତାକୁ ଝାଡ଼ଖଣ୍ଡରୁ ଗିରଫ କରାଯାଇଥିବା ଜଣାପଡ଼ିଛି । ତେବେ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ଜଣକ ଫେରାର ଅଛି । ପୁଲିସ ଆଜି ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇ ସିନ୍ ରିଏକ୍ରିଏଟ୍ କରିଛି ।
ଗତ ୧୩ ନଭେମ୍ବରରେ ଏୟାରଫିଲଡ଼ ଥାନା ଲବଣଗିରିରେ ହରିରାଜପୁର ସୋମନାଥ ଦର୍ଶନ କରିବାକୁ ସ୍ୱାମୀଙ୍କ ସହିତ ବାଇକରେ ଯାଉଥିବାବେଳେ ୟୁ ବିଷ୍ଣୁ ପାତ୍ର ନାମକ ଜଣେ ମହିଳା ଲୁଟର ଶୀକାର ହୋଇଥିଲେ । ଲୁଟେରାମାନେ ତାଙ୍କ ଚେନ ନେଇ ନ ପାରିବାରୁ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ୟୁ ବିଷ୍ଣୁ ପାତ୍ର ଗୁରୁତର ହୋଇ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏୟାରଫିଲଡ଼ ଥାନା ଓ ସ୍ପେଶାଲ ସ୍କ୍ୱାର୍ଡ ତଦନ୍ତ କରୁଛନ୍ତି । ଗାଡି ଚଳାଉଥିବା ଅଭିଯୁକ୍ତ ଫେରାର ଅଛି ।